Latest Odisha News

ଏଲନ୍ ମସ୍କଙ୍କୁ ପଛରେ ପକାଇବେ କି ଏହି ଅରବପତି ?

ନୂଆଦିଲ୍ଲୀ: ଦୁନିଆର ୧ ନମ୍ବର ଧନୀ ତାଲିକାରୁ ଖସି ପାରନ୍ତି ଏଲନ୍ ମସ୍କ । ଆମେ ଏକଥା କହୁ ନାହୁଁ ବରଂ ଦୁନିଆର ଟପ୍-୧୦ ଅରବପତିଙ୍କ ନେଟ୍ ୱର୍ଥ ଏମିତି କିଛି ସଂକେତ ଦେଉଛି । ବିଶ୍ୱର ଧନୀ ତାଲିକାର ଦ୍ୱିତୀୟରେ ଥିବା ଫ୍ରାନ୍ସର ଅରବପତି ବର୍ଣ୍ଣାର୍ଡ ଅର୍ଣ୍ଣାଲ୍ଟ ଓ ମସ୍କଙ୍କ ସମ୍ପତ୍ତି ମଧ୍ୟରେ ବ୍ୟବଧ୍ୟାନ କମିବାରେ ଲାଗିଛି । ଟେଲ୍ସା ସିଇଓ ମସ୍କଙ୍କ ମୋଟ ସମ୍ପତ୍ତି ବିଗତ ଦିନରେ ୨୦୦ ଅରବ ଡଲାର ତଳକୁ ଖସି ଆସିଛି ।

ଫୋବର୍ସର ରିଅଲ ଟାଇମ୍ ବିଲେନିୟର୍ସ ଇଣ୍ଡେକ୍ସ ଅନୁସାରେ, ଏଲନ୍ ମସ୍କଙ୍କ ନେଟ୍ ୱର୍ଥ ୧୯୧.୨ ଅରବ ଡଲା ରହିଛି । ସେହିଭଳି ବର୍ଣ୍ଣାର୍ଡ ଅର୍ଣ୍ଣାଲ୍ଟଙ୍କ ମୋଟ ସମ୍ପତ୍ତି ୧୭୯.୮ ଅରବ ଡଲାର ପାଖାପାଖି ରହିଛି । ଏବେ ଉଭୟଙ୍କ ସମ୍ପତ୍ତି ମଧ୍ୟରେ ଫରକ ମାତ୍ର ୧୧ ଅରବ ଡଲାର । ବିଗତ ଦିନରେ ସେୟାର ହ୍ରାସର ପ୍ରଭାବ ମସ୍କଙ୍କ ସମ୍ପତ୍ତି ଉପରେ ପଡ଼ିଥିଲା । ଯଦି ପୁଣି ସେମିତି ଝଟକା ମସ୍କଙ୍କୁ ଲାଗେ ତ ଅର୍ଣ୍ଣାଲ୍ଟ ଏଲନ୍ ମସ୍କଙ୍କ ଆଗକୁ ଯାଇ ପାରନ୍ତି ।

ଟପ୍-୧୦ ଅରବପତିଙ୍କ ତାଲିକାରେ ଭାରତୀୟ ଶିଳ୍ପପତି ଗୌତମ ଆଦାନୀ ତୃତୀୟ ସ୍ଥାନରେ ଅଛନ୍ତି । ୧୩୪.୬ ଅରବ ଡଲାର ନେଟ୍ ୱର୍ଥ ରହିଥିବା ବେଳେ ସେ ଆମାଜନର ଜେଫ୍ ବେଜୋସଙ୍କ ଠାରୁ ଲଗାତାର ଆଗରେ ରହିଛନ୍ତି । ଦୁନିଆର ଚତୁର୍ଥ ଧନୀ ବେଜୋସଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ୧୧୬.୮ ଅରବ ଡଲାର । ଉଭୟଙ୍କ ସମ୍ପତ୍ତି ଦେଖିଲେ ବେଜୋସଙ୍କ ଠାରୁ ଗୌତମ ଆଡାନୀ ୧୭.୮ ଅରବ ଡଲାର ସମ୍ପତ୍ତିର ଅଧିକାରୀ ।

Leave A Reply

Your email address will not be published.