Latest Odisha News

BREAKING NEWS

ହକି ସିରିଜ: ଭାରତର କ୍ରମାଗତ ଦ୍ୱିତୀୟ ପରାଜୟ

ଆଡିଲେଡ: ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ହକି ସିରିଜରେ ରବିବାର ଭାରତ ପୁର୍ନବାର ପରାଜୟବରଣ କରିଛି । ଅଷ୍ଟ୍ରେଲିଆ ୭-୪ରେ ବିଜୟ ହାସଲ କରିବା ସହ ଏହି ସିରିଜରେ ୨-୦ର ଅଗ୍ରଣୀ ହାସଲ କରିଛି । ବିଶ୍ୱକପ ପ୍ରସ୍ତୁତି ପାଇଁ ଭାରତ ଏହି ସିରିଜ ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛି । ଅଷ୍ଟ୍ରେଲିଆ ପକ୍ଷରୁ ବ୍ଲାକେ ଗୋଭର୍ସ ସର୍ବାଧିକ ୩ଟି ଗୋଲ ସ୍କୋର କରିଥିଲେ । ସେ ୧୨, ୨୭ ଓ ୫୩ତମ ମିନିଟରେ ଦଳ ପାଇଁ ଗୋଲ କରିଥିଲେ । ଜ୍ୟାକ ୱେଲଚ ୨ଟି (୧୭ତମ, ୨୪ତମ), ଜ୍ୟାକବ ଆଣ୍ଡରସନ (୪୮) ଓ ଜେକ ହ୍ୱେଟନ(୪୯) ଗୋଟିଏ ଲେଖାଁଏ ଗୋଲ ସ୍କୋର କରିଥିଲେ । ଭାରତ ପକ୍ଷରୁ ହରମନପ୍ରୀତ ସିଂ ମ୍ୟାଚର ୩ୟ, ୬୦ତମ ମିନିଟରେ ଏବଂ ହାର୍ଦ୍ଦିକ ସିଂ ୨୫ତମ ଓ ରହୀଲ ମହମ୍ମଦ ୩୬ତମ ମିନିଟରେ ଗୋଲ ଦେଇଥିଲେ ।

ଶନିବାର ଘରୋଇ ଦଳ ୫-୪ରେ ଭାରତକୁ ପରାସ୍ତ କରିଥିଲେ । ସିରିଜର ବାକି ୩ଟି ମ୍ୟାଚ ନଭେମ୍ବର ୩୦, ୩ ଡିସେମ୍ବର ଓ ୪ ଡିସେମ୍ବରରେ ଖେଳାଯିବ । ଅନ୍ୟ ମ୍ୟାଚଗୁଡିକରେ ଭାରତକୁ ଉନ୍ନତ ପ୍ରଦର୍ଶନ ସହ ରଣନୀତିରେ ପରିବର୍ତନ କରି ଖେଳିବାକୁ ପଡିବ ।

Leave A Reply

Your email address will not be published.