Latest Odisha News

ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ; ଅଲଗା ହେବ +୨ ଓ + ୩ ମହାବିଦ୍ୟାଳୟ

ଭୁବନେଶ୍ୱର: ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ। ଅଲଗା ହେବ ରାଜ୍ୟର ସମସ୍ତ ଯୁକ୍ତ ୨ ଓ ଯୁକ୍ତ ୩ ମହାବିଦ୍ୟଳୟ। ଏନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛନ୍ତି।

ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି ଅନୁସାରେ ରାଜ୍ୟର ସମସ୍ତ ଯୁଗ୍ମ ମହାବିଦ୍ୟାଳୟରୁ +୨ ଓ +୩ ଅଲଗା ହେବ। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗୁରୁବାର ଦିନ ସୂଚନା ଦେଇଛନ୍ତି।

ଯୁକ୍ତ ୩ ଶିକ୍ଷାର ମାନ ବୃଦ୍ଧି ଲାଗି ଏହା ଅତ୍ୟନ୍ତ ଜରୁରୀ ବୋଲି ମନ୍ତ୍ରୀ କହିଛନ୍ତି। ମାଲକାନଗିରିରେ ୭୮ତମ ସ୍ବାଧିନତା ଦିବସ କାର୍ଯ୍ୟକ୍ରମ ରେ ଯୋଗଦେଇ ଏଭଳି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ।

ଏଥିପାଇଁ ଆବଶ୍ୟକ ଜାଗା ଓ ଭିତ୍ତିଭୂମି ସରକାର ଯୋଗାଇ ଦେବେ।ପୂର୍ବ ସରକାରରେ ଏହା ନିଷ୍ପତ୍ତି ହୋଇ ଥିଲେ ହେଁ ଏହା କାର୍ଯ୍ୟକାରୀ ହୋଇ ନାହିଁ ବୋଲି ସେ କହିଛନ୍ତି।

Comments are closed.