Latest Odisha News

BREAKING NEWS

ନବ ଦାସଙ୍କୁ ହତ୍ୟା ପାଇଁ ହୋଇଛି ବଡ଼ ଷଡ଼ଯନ୍ତ୍ର: ସାଲୁଜା

ଭୁବନେଶ୍ୱର: ଖାକି ମାରିଲା, ଖାକି ତଦନ୍ତ କରୁଛି । ନବ ଦାସଙ୍କ ହତ୍ୟାକାରୀକୁ ଧରାଯିବ ନାହିଁ । କାଗଜପତ୍ରରେ ତଦନ୍ତ ସରିଯିବ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ବଡ଼ ଷଡ଼ଯନ୍ତ୍ର ରହିଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ସେ କହିଛନ୍ତି. ଆମେ ପ୍ରଥମ ଦିନରୁ କହି ଆସୁଛୁ ଷଡ଼ଯନ୍ତ୍ର ହୋଇଛି । ରାଜନୈତିକ ଷଡ଼ଯନ୍ତ୍ର କିମ୍ବା କୋଇଲା ପାଇଁ ହତ୍ୟା କରାଯାଇ ଥାଇ ପାରେ ।

ସାଲୁଜା ଆହୁରି କହିଛନ୍ତି, ତାଙ୍କର ଦଳର ବି କେହି ହତ୍ୟା ପାଇଁ ଷଡ଼ଯନ୍ତ୍ର କରି ଥାଇ ପାରନ୍ତି । ହତ୍ୟାକାରୀଙ୍କୁ ଧରିବା ଲାଗି ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସ୍ଆଇଟି ଗଠନ କରି ତଦନ୍ତ ହେଉ । ସରକାର କ୍ରାଇମବ୍ରାଞ୍ଚ ତଦନ୍ତ କରୁଛନ୍ତି, ଯେଉଁଥିରେ କିଛି ସୁଫଳ ମିଳିବ ନାହିଁ । ମମିତା ମେହର ମାମଲାରେ ମଧ୍ୟ ଷଡ଼ଯନ୍ତ୍ରର ତଦନ୍ତ ହେଲାନି । ସୁରକ୍ଷିତ ସ୍ଥାନ ଜେଲରେ ଗୋବିନ୍ଦ ଆଖି ବୁଜିଥିଲେ ।

ଏଠି ପୋଲିସ୍ ଏଏସ୍ଆଇ ନବ ଦାସଙ୍କୁ ମାରିଛି । ଖାକିର ତଦନ୍ତ ଖାକି କରୁଛି । ମୋତେ ସନ୍ଦେହ ହେଉଛି ଏହାର ତଦନ୍ତ କାଗଜପତ୍ରରେ ହୋଇ ଯିବ । କିନ୍ତୁ ନବ ଦାସଙ୍କ ପ୍ରକୃତ ହତ୍ୟାକାରୀକୁ ଧରାଯିବ ନାହିଁ । ଏଥିରେ ବଡ଼ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ସରକାରୀ ଦଳର ନେତା ଅଛନ୍ତି ବୋଲି କହିଛନ୍ତି ସାଲୁଜା ।

Leave A Reply

Your email address will not be published.