Latest Odisha News

ଆଣ୍ଟିଲିଆ ମାମଲାରେ ଏନଆଇଏର ବଡ ଖୁଲାସା; ମନସୁଖ ହିରେନଙ୍କ ହତ୍ୟା ପାଇଁ ଦିଆଯାଇଥିଲା ୪୫ ଲକ୍ଷ

ମୁମ୍ବାଇ: ଆଣ୍ଟିଲିଆ ମାମଲାର ଯାଞ୍ଚ କରୁଥିବା ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଏକ ବଡ଼ ଖୁଲାସା କରିଛି। ମଙ୍ଗଳବାର ଏନଆଇଏ ସ୍ୱତନ୍ତ୍ର କୋର୍ଟକୁ କହିଛି ଯେ ଥାନେ ଭିତ୍ତିକ ବ୍ୟବସାୟୀ ମନସୁଖ ହିରେନଙ୍କ ହତ୍ୟା ପାଇଁ ୪୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା।

ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିବାକୁ ଅନୁସନ୍ଧାନକାରୀ ସଂସ୍ଥା କୋର୍ଟରୁ ଆହୁରି ୩୦ ଦିନ ମାଗିଥିଲେ। ଏନଆଇଏ ସ୍ୱତନ୍ତ୍ର ଅଦାଲତକୁ କହିଛି ଯେ ଏହି ମାମଲାକର ମୁଖ୍ୟ ସଂଚାଳକ କିଏ ତାହା ଜାଣିବା ଆବଶ୍ୟକ।

ଏଜେନ୍ସି କୋର୍ଟଙ୍କୁ ମଧ୍ୟ କହିଛନ୍ତି ଯେ ୧୫୦ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି। ଏକ ଟିମ୍ ମଧ୍ୟ ଅନୁସନ୍ଧାନ ପାଇଁ ଦିଲ୍ଲୀ ଯାଇ ବୟାନ ରେକର୍ଡ କରିଛି। ଏପର୍ଯ୍ୟନ୍ତ ପୂର୍ବତନ ପୋଲିସ ଅଧିକାରୀ ପ୍ରଦୀପ ଶର୍ମା ଏବଂ ସଚିନ ୱାଜେଙ୍କୁ ଏହି ମାମଲାରେ ଗିରଫ କରାଯାଇଛି।

ଫେବୃଆରୀ ୨୫ ରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଦକ୍ଷିଣ ମୁମ୍ବାଇ ଘର ବାହାରେ ଏକ ବିସ୍ଫୋରକ ଭର୍ତ୍ତି ଏସୟୁଭି ମିଳିଥିଲା। ଏହି ମାମଲାରେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ପୂର୍ବତନ ପୋଲିସ ଅଧିକାରୀ ପ୍ରଦୀପ ଶର୍ମା ଏବଂ ସଚିନ ୱାଜେ ଅଛନ୍ତି।

Comments are closed.