Latest Odisha News

BREAKING NEWS

୧୧ କୁଖ୍ୟାତ ଡକାୟତ ଗିରଫ

ଯାଜପୁର: ପୋଲିସ ଜାଲରେ ବଡ ଧରଣର କୁଖ୍ୟାତ ଲୁଟେରା ଗ୍ୟାଙ୍ଗ । ୧୧ ଲୁଟେରାଙ୍କୁ ଗିରଫ କଲା ଧର୍ମଶାଳା ପୋଲିସ । ଧର୍ମଶାଳାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୋଲିସ ସେମାନଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୫ଲକ୍ଷ ୮୯ ହଜାର ଟଙ୍କା ଗୋଟେ ବନ୍ଧୁକ ୨ଟି ଗୁଳି, ୭୬ ଗ୍ରାମ ସୁନ, ୧୨ କେଜି ୨ଶହ ଗ୍ରାମ ରୂପା ଅଳଙ୍କାର ଜବତ ହୋଇଛି ।

ଗତ ୬ତାରିଖରେ ବ୍ରହ୍ମବରଦା ଅଂଚଳରେ ଜଣେ ସୁନା ଦୋକାନୀଙ୍କଠାରୁ ଲୁଟ ହୋଇଥିଲା । ତେବେ ଏହି ଦୁର୍ବୃତ୍ତମାନେ ତାଙ୍କୁ ବାଟରେ ଅଟକାଇ ଲୁଟ୍ କରିଥିଲେ । ଏହି ଘଟଣାରେ ଆଜି ଧର୍ମଶାଳା ପୋଲିସକୁ ବଡ ସଫଳତା ମିଳିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଏସପି ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.