Latest Odisha News

BREAKING NEWS

ସିଙ୍ଗର ନେହା କକ୍କରଙ୍କ ବିବାହ ନା ମ୍ୟୁଜିକ ଭିଡିଓ ପ୍ରମୋଶନ ?

ପଂଜାବ: ନିକଟରେ ସିଙ୍ଗର ନେହା କକ୍କର ଓ ରୋହନପ୍ରୀତଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଏବେ ଦୁହିଁଙ୍କର ଏକ ମ୍ୟୁଜିକ ଭିଡିଓର ପୋଷ୍ଟର ତାଙ୍କ ଫ୍ୟାନମାନଙ୍କୁ ଦ୍ୱନ୍ଦରେ ପକାଇଛି । ତେବେ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ, ଦୁହେଁ ସତରେ ବିବାହ କରିବେ ନା ତାଙ୍କ ମ୍ୟୁଜିକ ଭିଡିଓର ପ୍ରମୋଶନ ମାତ୍ର ।

ସୋସିଆଲ ମିଡିଆରେ ଏକ ନିମନ୍ତ୍ରଣ ପତ୍ର ଘୁରିବୁଲୁଛି । ଯେଉଁଥିରେ ନେହା ଓ ରୋହନପ୍ରୀତଙ୍କ ନାଁ ସମେତ ବିବାହର ସମସ୍ତ ବିବରଣୀ ସହ ଦୁହିଁଙ୍କ ପରିବାର ଲୋକଙ୍କ ନାଁ ସ୍ଥାନ ପାଇଛି । ତା ଛଡା ଅକ୍ଟୋବର ୨୬’ରେ ବିବାହ ପଂଜାବରେ ଅନୁଷ୍ଠିତ ହେବା ନେଇ ମଧ୍ୟ ଉଲ୍ଲେଖ ରହିଛି ।

 

View this post on Instagram

 

Repost by @gosipgiriblog @nehakakkar @rohanpreetsingh #NehaKakkar #RohanPreetSingh #NehuDaVyah #NehuPreet

A post shared by Preeti sahu (@neheartpreeti) on

ମ୍ୟୁଜିକ ଭିଡିଓ ପୋଷ୍ଟର ଓ ବିବାହ ନିମନ୍ତ୍ରଣକୁ ନେଇ ଅନେକ ଲୋକ ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା ଆରମ୍ଭ କରିଛନ୍ତି । ହେଲେ ଅନେକ ନିମନ୍ତ୍ରଣ ପତ୍ରକୁ ବିଶ୍ୱାସ କରୁଥିବା ଜଣାପଡିଛି । ଶୁଣିବାକୁ ମିଳିଛି ଶିଖ ଧର୍ମ ଅନୁଯାୟୀ ଗୁରୁଦ୍ୱାରରେ ବିବାହ ଓ ପଂଜାବର ଜିରାକପୁରରେ ହେବ ରିସେପ୍ସନ୍ । ତେବେ ଏ ନେଇ ନେହା କିମ୍ବା ରୋହନପ୍ରୀତଙ୍କ ତରଫରୁ କୌଣସି ସ୍ପଷ୍ଟୀକରଣ ମିଳିନାହିଁ ।

 

View this post on Instagram

 

#NehuDaVyah by #NehaKakkar ?featuring My Rohu @rohanpreetsingh ♥️ 21st October ?? #NehuPreet ??

A post shared by Neha Kakkar (@nehakakkar) on

ଅନ୍ୟପଟେ ପୋଷ୍ଟରରେ ମ୍ୟୁଜିକ ଭିଡିଓର ଟାଇଟଲ “ନେହୁ ଦା ବ୍ୟାହ” ଥିବାବେଳେ ଅକ୍ଟୋବର ୨୧’ରେ ଏହା ରିଲିଜ ହେବା ନେଇ ଉଲ୍ଲେଖ ରହିଛି । ତେବେ ସତରେ ନେହା ବିବାହ କରୁଛନ୍ତି ନା ଏହା ଏକ ମ୍ୟୁଜିକ ଭିଡିଓ ପ୍ରମୋଶନ ଷ୍ଟ୍ରାଟେଜି ? ତାହା ୨୧’ତାରିଖରେ ହିଁ ଜଣାପଡିବ ।

Leave A Reply

Your email address will not be published.