Latest Odisha News

BREAKING NEWS

ସମ୍ ହସ୍ପିଟାଲରେ ‘ଗ୍ରହଣ ଖଣ୍ଡିଆ’ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା ପାଇଁ ବିଶେଷ ସୁଯୋଗ

ଭୁବନେଶ୍ୱର: ଶିଶୁ ମାନଙ୍କର ଓଠ ଏବଂ ପାଟିର ଉପରଭାଗ (ତାଳୁ)ରେ ଗ୍ରହଣ ଖଣ୍ଡିଆ ଥିଲେ ସେମାନଙ୍କୁ ସାଧାରଣ କରିବା ଲାଗି ଆସିଛି ଏକ ବଡ଼ ସୁଯୋଗ । ଶିକ୍ଷା ଓ ଅନୁସନ୍ଧାନ (ଡିମଡ଼ ଟୁ ବି ୟୁନିଭର୍ସିଟି ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଏବଂ ସମ୍ ହସ୍ପିଟାଲରେ ‘ଫ୍ୟୁଚର୍ ଅଫ୍ ସ୍ମାଇଲ୍ସ ମିଶନ’ ମାଧ୍ୟମରେ ଆସନ୍ତା ଅଗଷ୍ଟ ୨୫ ରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଅସ୍ତ୍ରୋପଚାର ମାଧ୍ୟମରେ ଏହି ରୋଗର ଚିକିତ୍ସା କରାଯିବ ।
ବେଙ୍ଗାଲୁରୁ ସ୍ଥିତ ‘ଇଙ୍ଗା ହେଲଥ ଫାଉଣ୍ଡେସନ’ ପକ୍ଷରୁ ଆୟୋଜିତ ଏବଂ ଅପରେସନ୍ ସ୍ମାଇଲ୍ସ ସହଯୋଗ ଓ ସୋଆ ପରିଚାଳିତ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସସେସ ସହଭାଗିତାରେ ଗ୍ରହଣ ଖଣ୍ଡିଆ ଆକ୍ରାନ୍ତ ଶିଶୁ ମାନଙ୍କର ଅସ୍ତ୍ରୋପଚାର କରାଯିବ ।
ଏହି ମିଶନ୍ ମାଧ୍ୟମରେ ଶହେ ଜଣରୁ ଅଧିକ ଗରିବ ଏବଂ ଅସହାୟ ଗ୍ରହଣ ଖଣ୍ଡିଆ ଆକ୍ରାନ୍ତ ଶିଶୁମାନଙ୍କର ସଂପୂର୍ଣ୍ଣ ମାଗଣାରେ ଅପରେସନ୍ କରାଯିବ । ଏହି ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ଅପରେସନ୍ ସ୍ମାଇଲ୍ସ ସଂସ୍ଥା ଏବଂ ଇଙ୍ଗା ହେଲ୍ଥ ଫାଉଣ୍ଡେସନ୍ ପକ୍ଷରୁ ସମସ୍ତ ଔଷଧ, ଆବଶ୍ୟକୀୟ ସରଞ୍ଜାମ ଏବଂ ଯନ୍ତ୍ରପାତି ଯୋଗାଇ ଦିଆଯିବ ।

ୟୁଏସ୍ଏ, ୟୁକେ, କାନାଡା, ନେଦରଲାଣ୍ଡ, ସ୍ୱିଡେନ୍, ଅଷ୍ଟ୍ରେଲିଆ, ଚାଇନା, ଫିଲିପାଇନ୍ସ, ମରୋକୋ, ଘାନା ତଥା ଭାରତରୁ ଆସିଥିବା ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଗ୍ରହଣ ଖଣ୍ଡିଆ ଆକ୍ରାନ୍ତ ଶିଶୁ ମାନଙ୍କର ଚିକିତ୍ସା ଓ ଅସ୍ତ୍ରୋପଚାର କରି ସେମାନଙ୍କ ଜୀବନରେ ଏକ ପରିବର୍ତ୍ତନ ଆଣିବେ ।

ଅପରେସନ୍ ସ୍ମାଇଲ୍ସ ହେଉଛି ଏକ ଆନ୍ତର୍ଜାତିକ ସେବା ପ୍ରଦାନକାରୀ ସଂସ୍ଥା ଯିଏକି ଦୀର୍ଘ ୩୫ ବର୍ଷ ଧରି ସାରା ବିଶ୍ୱର ବିଭିନ୍ନ ଅଞ୍ଚଳରେ ଗ୍ରହଣ ଖଣ୍ଡିଆ ଆକ୍ରାନ୍ତ ଶିଶୁ ମାନଙ୍କୁ ଚିକିତ୍ସା ପ୍ରଦାନ କରୁଛିି ।
ଏହି ସଂସ୍ଥା ୨୦୧୫ ଡିସେମ୍ବର ମାସରୁ ଭାରତରେ ଗ୍ରହଣ ଖଣ୍ଡିଆ ଆକ୍ରାନ୍ତ ଶିଶୁମାନଙ୍କୁ ସାହାଯ୍ୟ, ସହଯୋଗ ଏବଂ ସୁସ୍ଥ କରିବା ପାଇଁ ଇଙ୍ଗା ହେଲ୍ଥ ଫାଉଣ୍ଡେସନ୍ ସହିତ ସହଯୋଗିତାର ହାତ ମିଶାଇଛି ।

ଏହି ଅସ୍ତ୍ରୋପଚାର ଗୁଡ଼ିକ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲର ଅପରେସନ୍ ଥିଏଟରରେ କରାଯିବ ଏବଂ ସମ୍ ହସ୍ପିଟାଲ୍ ସମସ୍ତ ସହଯୋଗ କରିବ ।

Leave A Reply

Your email address will not be published.