Latest Odisha News

ଯାତ୍ରୀଙ୍କ ପାଇଁ ଖୁସି ଖବର; ‘ରେଳ ନୀର’ ବୋତଲର ଦାମ କମାଇଲା ରେଳବାଇ

ନୂଆଦିଲ୍ଲୀ: ରେଳ ମନ୍ତ୍ରଣାଳୟ ରେଳ ଷ୍ଟେସନ ଏବଂ ଟ୍ରେନରେ ଉପଲବ୍ଧ ପ୍ୟାକେଜ୍ ପାଣିର ମୂଲ୍ୟ ହ୍ରାସ କରିଛି। ଏହି ନୂତନ ମୂଲ୍ୟ ୨୨ ସେପ୍ଟେମ୍ବର ଠାରୁ ଲାଗୁ ହେବାକୁ ଯାଉଛି।

ବର୍ତ୍ତମାନ୍ ‘ରେଳ ନୀର’ର ୧ ଲିଟର ବୋତଲ ପାଣିର ମୂଲ୍ୟ ୧୫ ଟଙ୍କାରୁ ହ୍ରାସ ପାଇ ୧୪ ଟଙ୍କା ହୋଇଥିବା ବେଳେ ୫୦୦ ମିଲି. ବୋତଲ ବର୍ତ୍ତମାନ ୧୦ ଟଙ୍କା ବଦଳରେ ୯ ଟଙ୍କାରେ ମିଳିବ ବୋଲି ରେଳବାଇ ତରଫରୁ ସୂଚନା ଦିଆଯାଇଛି।

ତେବେ ଏହି ନୂତନ ମୂଲ୍ୟ ରେଳ ଷ୍ଟେସନ ଏବଂ ଟ୍ରେନରେ ବିକ୍ରି ହେଉଥିବା ଅନ୍ୟାନ୍ୟ ବ୍ରାଣ୍ଡ ପାଣି ପାଇଁ ମଧ୍ୟ ଲାଗୁ ହେବ।ତେବେ ଜିଏସଟି ହ୍ରାସର ସିଧାସଳଖ ଲାଭ ଗ୍ରାହକ ମାନଙ୍କୁ ମିଳିବ ବୋଲି ରେଳ ନୀର ଏହି ପଦକ୍ଷେପ ନେଇଥିବା କର୍ତ୍ତୃପକ୍ଷ କହିଛନ୍ତି।

Comments are closed.