Latest Odisha News

BREAKING NEWS

କନ୍ଧମାଳ ପୋଲିସକୁ ବଡ଼ ସଫଳତା, ୨ ମାଓବାଦୀ ଗିରଫ

ଫୁଲବାଣୀ: ୨ ମାଓବାଦୀଙ୍କୁ ଗିରଫ କଲା କନ୍ଧମାଳ ପୋଲିସ। ସିପିଆଇ ମାଓବାଦୀ ଏରିଆ କମିଟି ସଦସ୍ୟ ଅଜୟ ଓ ମଞ୍ଜୁ ଗିରଫ ହୋଇଥିବା ସୂଚନ ରହିଛି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସତଳଦା ନିକଟରେ ଉଭୟ ମାଓବାଦୀଙ୍କୁ କାବୁ କଲା ପୋଲିସ।

ସୂଚନା ଥାଉଖି ଦିନକ ପୂର୍ବରୁ କନ୍ଧମାଳ ଜିଲ୍ଲାର ପୁଶୁଙ୍ଗିଆ ସଂରକ୍ଷିତ ଜଙ୍ଗଲରୁ ମଙ୍ଗଳବାର ପୋଲିସ କିଛି ବନ୍ଧୁକ ଏବଂ ମାଓ ସାମଗ୍ରୀ ଜବତ କରିଥିଲା। ମାଓ ସାମଗ୍ରୀ ଜବତ ହେବା ପରେ ପୋଲିସର ସର୍ଚ୍ଚ ଅପରେସନ ଜାରି ରହିଥିଲା। ତେବେ ଆଜି ୨ ମାଓବାଦୀଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ।

କନ୍ଧମାଳ ଏସ୍ପି ହରିଶ ବିସିଙ୍କ ଅନୁଯାୟୀ, ସର୍ଚ୍ଚ ଅପରେସନ ସମୟରେ ସ୍ଲିଙ୍ଗ ସହିତ ଏକ ୩୦୩ ରାଇଫଲ୍, ମାଗାଜିନ୍, ଏକ ରିଭଲଭର୍ ଏବଂ ଗୁଳି, ସ୍ଲିଙ୍ଗ ସହିତ ରିଭଲଭର୍ ପାଉଚ୍, ଏକ ଛୁରୀ, ୱାକି-ଟକି ଏବଂ ଅତିରିକ୍ତ ବ୍ୟାଟେରୀ, ସେଭିଂ ବ୍ଲେଡ୍, ଛତା ଏବଂ ଏକ ହାଭର୍ସ୍ୟାକ୍ ଜବତ କରାଯାଇଛି।

Comments are closed.