Latest Odisha News

BREAKING NEWS

Anti-Maoist Drive: ମାଓ ବିରୋଧୀ ଅଭିଯାନରେ ବଡ଼ ସଫଳତା; ମାଓ ମୁକ୍ତ ହେଲା ବୌଦ୍ଧ,ଅସ୍ତ୍ର ଛାଡ଼ିଲେ ୧୯ ମାଓବାଦୀ

ଭୁବନେଶ୍ବର: ଟପ ମାଓ ନେତା ନିଖିଲ ଓ ଇନ୍ଦୁଙ୍କ ସମେତ ୧୫ ଜଣ ମାଓବାଦୀ ରାୟଗଡ଼ା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଓଡିଶା ରାଜ୍ୟ କମିଟି ସଦସ୍ୟ ସି. ପି. ଆଇ (ମାଓବାଦୀ) ନିଖିଲ (ନିରଞ୍ଜନ ରାଉତ ), ଇନ୍ଦୁ (ଅଙ୍କିତା, ରଶ୍ମିତା ଲେଙ୍କା ) ଙ୍କ ସମେତ ଅନ୍ୟାନ୍ୟ ମାଓ କ୍ୟାଡ଼ର ସଶସ୍ତ୍ର ଆତ୍ମ ସମର୍ପଣ କରିଛନ୍ତି। ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଥିବା ନେଇ ରାୟଗଡ଼ା ପୁଲିସ ସୂଚନା ଦେଇଛି।

ଅନ୍ୟପଟେ ଆଜି କନ୍ଧମାଳ ଏସ୍‌ପିଙ୍କ ନିକଟରେ ୪ ଜଣ ମାଓବାଦୀ ନିଜନିଜର ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି। ଏହି ୪ ଜଣ ମାଓବାଦୀଙ୍କ ମଧ୍ୟରୁ ୩ ଜଣ ମହିଳା ଥିବାବେଳେ ଅନ୍ୟ ଜଣେ ପୁରୁଷ ମାଓବାଦୀ ଏବଂ ଏମାନେ ସମସ୍ତେ କେକେବିଏନ୍‌ ମାଓ ଡିଭିଜନରେ ସକ୍ରିୟ କ୍ୟାଡର ଭାବେ କାର୍ଯ୍ୟ କରୁଥିଲେ। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ- ଗଙ୍ଗା କୁଞ୍ଜାମି ଓରଫ ଜିତେନ (୨୪), ମୁଚାକି ମାସେ ଓରଫ ସୁମିତ୍ରା (୨୩), ଚୋମାଲି କୁଞ୍ଜମ ଓରଫ ଶାନ୍ତିଲା (୨୧) ଏବଂ ବାନ୍ଦୀ ମାଡ୍‌ୱୀ ଓରଫ ମାଳତୀ (୨୨)।

ଏପଟେ ମାଓ ମୁକ୍ତ ହେଲା ବୌଦ୍ଧ ଜିଲ୍ଲା । ଶତ ପ୍ରତିଶତ ମାଓ ମୁକ୍ତ ଭାବେ ଘୋଷଣା କରିଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର। କନ୍ଧମାଳରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ଆଇଜି । ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ବ ହେବ ମାଓପ୍ରବଣ ଜିଲ୍ଲା ଥିଲା ବୌଦ୍ଧ । ପୂର୍ବରୁ ୨୦୧୫-୨୬ ରେ ମାଓ ମୁକ୍ତ ଘୋଷଣା ହୋଇଥିଲା । ପୁନର୍ବାର ମାଓ ଗତିବିଧି ଯୋଗୁଁ ମାଓପ୍ରବଣ ଜିଲ୍ଲା ହୋଇଥିଲା ବୌଦ୍ଧ ।

Leave A Reply

Your email address will not be published.