Latest Odisha News

ଅବକାରୀ ବିଭାଗର ବଡ଼ ସଫଳତା: ୫୭୯ ବୋତଲ କଫ ସିରଫ ଜବତ,୩ ଗିରଫ

ବରଗଡ: ଜିଲ୍ଲାରେ ଦିନକୁ ଦିନ ନିଶା କାରବାର ବଢିଚାଲିଛି । ଏହି ନିଶା କାରବାରକୁ ରୋକିବା ପାଇଁ ଅଣ୍ଟା ଭିଡିଛି ବରଗଡ ଅବକାରୀ ବିଭାଗ । ତେବେ ଆଜି ଭୋର ପ୍ରାୟ ଚାରିଟା ସମୟରେ ଗୋଡ଼ଭାଗା ଠାରେ  ଏକ ଧଳା ରଙ୍ଗର କାର (OD 05 B 4599) ଉପରେ ସନ୍ଦେହ ହେବାରୁ ଅବକାରୀ ଟିମ  ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଉକ୍ତ ଗାଡିରୁ୫୭୯ ବୋତଲ କଫ ସିରଫ ଜବତ କରାଯାଇଥିଲା ।

ତେବେ ଗାଡ଼ିରେ ଥିବା ଚାରି ଜଣଙ୍କ ମଧ୍ୟରୁ ଜଣେ ଫେରାର ହୋଇଯାଇଛି । ଫେରାର ଜଣକ ହେଲେ ଜିତେନ୍ଦ୍ର ମୁଦୁଲି । ଅନ୍ୟ ତିନି ଜଣ ଜାଭେଦ ତାସ୍ଲିମ, ଅନିଶ ମହମ୍ମଦଓ ଖାଲିବ ଖାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଅଧିକ୍ଷକ ସୁବନ କୁମାର ନାୟକ ସୂଚନା ଦେଇଛନ୍ତି ।

ଅବକାରୀ ଅଧିକ୍ଷକ ସୁବନ ନାୟକଙ୍କ ନିର୍ଦ୍ଦେଶ କ୍ରମେ ଓ ଅବକାରୀ ଉପ ନିର୍ଦ୍ଦେଶକ ଦିବ୍ୟରଞ୍ଜନ ରାଉତଙ୍କ ତତ୍ୱାବଧାନରେ ନାଇଟ ପେଟ୍ରୋଲିଙ୍ଗ ଚାଲିଥିବା ସମୟରେ ବରଗଡ ଅବକାରୀ ବିଭାଗକୁ ଏହି ସଫଳତା ମିଳିଛି ।

Comments are closed.