ଚଣ୍ଡୀଗଡ: ପଞ୍ଜାବ ପୋଲିସର ସତର୍କତା ଯୋଗୁ ଆତଙ୍କବାଦୀଙ୍କ ବଡ ଧରଣର ଆକ୍ରମଣ ଯୋଜନା ପଣ୍ଡ ହୋଇଯାଇଛି । ସେମାନେ ତରନତାରନରେ ବିସ୍ଫୋରଣ କରିବା ଯୋଜନା ରଖିଥିଲେ । ଗିରଫ ହୋଇଥିବା ୩ ଆତଙ୍କବାଦୀ ପଞ୍ଜାବର ମୋଗା ଅଂଚଳର ବୋଲି ଜଣାପଡିଛି । ସମ୍ପୂର୍ଣ୍ଣ ଅଂଚଳରେ ଏବେ ସର୍ଚ୍ଚ ଅପରେଶନ ଜାରି ରଖାଯାଇଛି ।
ଭାଗବାନପୁର ଗ୍ରାମ ନିକଟରେ ପୋଲିସ ଚେକିଂ ବେଳେ ଏକ କାରକୁ ଅଟକାଇଥିଲା । କାର ମଧ୍ୟରେ ଉପରୋକ୍ତ ଆତଙ୍କୀଙ୍କ ବ୍ୟତୀତ ପ୍ରଚୁର ପରିମାଣର ବିସ୍ଫୋରକ, ୯ଏମଏମ ପିସ୍ତଲ ଓ ୧୧ ରାଉଣ୍ଡ ଗୁଳି ଜବତ ହୋଇଥିଲେ ।
Comments are closed.