Latest Odisha News

BREAKING NEWS

କର୍ଣ୍ଣାଲ ପୋଲିସକୁ ବଡ ସଫଳତା, ଧରା ପଡିଲେ ୪ ଆତଙ୍କବାଦୀ

ନୂଆଦିଲ୍ଲୀ: କର୍ଣ୍ଣାଲ ପୋଲିସକୁ ଗୁରୁବାର ବଡ ସଫଳତା ହାତ ଲାଗିଛି । ଦିଲ୍ଲୀ କିମ୍ବା ପଞ୍ଜାବରେ ବିସ୍ଫୋରଣ କରିବା ଷଡଯନ୍ତୟ ରଚିଥିବା ୪ ଆତଙ୍କବାଦୀଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ବିପୁଳ ମାତ୍ରାରେ ଗୁଳିଗୋଳା ଏବଂ ବାରୁଦ ଭର୍ତି କଟେଂନର ଜବତ କରାଯାଇଛି । ପ୍ରାରମ୍ଭିକ ତଦନ୍ତରେ ଏହି ୪ ଆତଙ୍କବାଦୀ ଖାଲସା ଇଂଟରନ୍ୟାଶନାଲ ସହିତ ଜଡିତ ।

ପଞ୍ଜାବ ପୋଲିସ, ହରିୟାଣା ପୋଲିସ ଏବଂ ଭାରତୀୟ ଗୋଇନ୍ଦା ସଂସ୍ଥା ଏମାନଙ୍କୁ ଧରିବା ପାଇଁ ଅପେରେଶନ ଚଳାଇଥିଲେ । ଏକ ଇନୋଭା ଗାଡି ମଧ୍ୟରୁ ଏହି ଆତଙ୍କବାଦୀମାନେ ଥିଲେ । ଗିରଫ ଆତଙ୍କୀମାନଙ୍କ ବୟସ ୨୦ରୁ ୨୫ ବର୍ଷ ମଧ୍ୟରେ ହେବ । ଗାଡିକୁ ଜବତ କରାଯିବା ଆତଙ୍କବାଦୀମାନଙ୍କୁ ପୋଲିସ ପଚରାଉଚରା ଆରମ୍ଭ କରିଛି ।

Leave A Reply

Your email address will not be published.