Latest Odisha News

BREAKING NEWS

ଦୁଷ୍କର୍ମ ଅଭିଯୋଗ ପରେ କାହିଁକି ଗିରଫ ହେଉ ନାହାନ୍ତି ବିଜେଡି ବିଧାୟକ?

ଭୁବନେଶ୍ୱର: ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆସିବା ପରେ ଏଯାଏ ଏଫଆଇଆର ପଞ୍ଜିକରଣ କରୁନି ଖଣ୍ଡଗିରି ପୋଲିସ । ଯାହାକୁ ନେଇ ସରକାରକୁ ଘେରିଛନ୍ତି ବିରୋଧୀ । କଟକ ବାଙ୍ଗୀର ଜଣେ ଯୁବତୀ ମେ ଦୁଇ ତାରିଖ ଦିନ ରାଜଧାନୀ ସ୍ଥିତ ଖଣ୍ଡଗିରି ଥାନାରେ ସାଂସଦ ରମେଶ ମାଝୀଙ୍କ ସାନ ଭାଇ ତଥା ବିଜେଡି ବିଧାୟକପ୍ରକାଶ ମାଝୀଙ୍କ ନାଁରେ ଏତଲା ଦେଇଥିବା ସୂଚନା ରହିଛି । ହେଲେ ପୋଲିସ ଏଯାଏ ଏଫଆଇଆର ରୁଜୁ କରିନାହିଁ । ଏ ନେଇ ବିରୋଧୀ ବିଜେପି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛି । ହେଲେ ସରକାରର ଚାପରେ ପୋଲିସ ହାତ ବାନ୍ଧି ବସିଥିବା ସୂଚନା ରହିଛି ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏ ନେଇ ଟୁଇଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ଟାଗେର୍ଟ କରିଛନ୍ତି । ଜଣେ ଯୁବତୀ ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ବି ଥାନାରେ ମାମଲା ରୁଜୁ ନହେବା ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣର ଚିତ୍ର ବୋଲି ସେ କହିଛନ୍ତି ।

ସେହିପରି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଏ ସରକାର କହୁଛନ୍ତି ରାଜ୍ୟରେ ଆଇନ ଶୃଙ୍ଖଳା ଠିକ୍ ଅଛି । ଏଠାରେ ଆଇନ ଅନୁସାରେ କାମ ହୁଏ । କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ରାଜ୍ୟରେ ଦୁଇ ପ୍ରକାର ଆଇନ ଚାଲିଛି। ବିଜେଡ଼ି ନେତା, ମନ୍ତ୍ରୀ ଓ ବିଧାୟକ ମାନଙ୍କ ପାଇଁ ଗୋଟିଏ ଆଇନ ଏବଂ ସାଧାରଣ ଲୋକଙ୍କ ପାଇଁ ଆଉ ଏକ ଆଇନ ।

4 ଦିନ ହେବ ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି । ହେଲ ପୋଲିସ ବିଧାୟକଙ୍କୁ ତଦନ୍ତ ପରିସରଭୁକ୍ତ କରି ନାହିଁ। ବିଜେଡ଼ି ନେତା ମାନେ ମଧ୍ୟ ଏହା ଉପରେ ନିରବ ରହିଛନ୍ତି। ବିଧାୟକ ପ୍ରକାଶ ମାଝୀ ଅଭିଯୋଗକାରୀଙ୍କୁ ମୃତ୍ୟୁ ଧମକ ଦେବା ସହିତ ତାଙ୍କ ଘରକୁ ଗୁଣ୍ଡା ପଠାଇଛନ୍ତି । ଏତେ ପରେ ବି ପୋଲିସ ବିଧାୟକଙ୍କୁ କାହିିଁକି ବାନ୍ଧୁନି ବୋଲି ଲେଖାଶ୍ରୀ ଅଭିଯୋଗ କରିଛନ୍ତି।

ଅଭିଯୋଗ କରିବା ପରେ ସଂପୃକ୍ତ ମହିଳାଙ୍କର କୌଣସି ଖୋଜ ଖବର ନାହିଁ। ତାଙ୍କୁ କେଉଁଠି ଲୁଚା ଯାଇଛି କି ତାଙ୍କର ହତ୍ୟା କରାଯାଇଛି ତାହା ଜଣାପଡୁନି । ରାଜ୍ୟ ସରକାର ଏବଂ ପୁଲିସ ଏହାର ସ୍ପଷ୍ଟୀକରଣ ରଖିବା ଦରକାର । ମୁଖ୍ୟମନ୍ତ୍ରୀ ମହିଳା ସୁରକ୍ଷା କଥା ଖାଲି କହିଲେ ହେବ ନାହିଁ, କାମରେ କରି ଦେଖାନ୍ତୁ ବୋଲି ସେ କହିଛନ୍ତି।

ତେବେ ଗତକାଲି ଏ ନେଇ ଏସପି ପ୍ରକାଶ ପାଲ କହିଥିଲେ ଏ ବାବଦରେ ତାଙ୍କ ପାଖରେ କୌଣସି ଖବର ନାହିଁ । ହେଲେ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏପରି ଖବରର କୌଣସି ଆଧାର ନାହି ବୋଲି ମଧ୍ୟ କହିଥିଲେ।

Leave A Reply

Your email address will not be published.