Latest Odisha News

BREAKING NEWS

‘ବିଗ୍‌ ବସ୍ ୧୦‌’ର ଚର୍ଚ୍ଚିତ ଚେହେରା ସ୍ୱାମୀ ଓମ୍‌ଙ୍କ ପରଲୋକ

ନୂଆଦିଲ୍ଲୀ: ‘ବିଗ୍ ବସ୍’ ୧୦ ଚର୍ଚ୍ଚିତ ସ୍ୱାମୀ ଓମ୍‌ଙ୍କ ପରଲୋକ ହୋଇଛି। ତେବେ ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ସମସ୍ତେ ଏ ନେଇ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି। ସ୍ୱାମୀ ଓମ୍ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ଏଥି ସହିତ, ପ୍ରାୟ ତିନିମାସ ପୂର୍ବେ ସେ କରୋନା ଆକ୍ରାନ୍ତ ମଧ୍ୟ ହୋଇଥିଲେ। ଏହି କାରଣରୁ ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ଚିକିତ୍ସା ଚାଲିଥିଲା।

ଯଦିଓ ସେ କରୋନାରୁ ଆରୋଗ୍ୟ ହୋଇଯାଇଥିଲେ କିନ୍ତୁ ଦୁର୍ବଳତା ହେତୁ ତାଙ୍କୁ ଚାଲିବାରେ ଅସୁବିଧା ହେଉଥିଲା। ପ୍ରାୟ ୧୫ ଦିନ ପୂର୍ବରୁ ତାଙ୍କର ପକ୍ଷାଘାତ ହୋଇଥିଲା। ଏହି କାରଣରୁ ତାଙ୍କ ଶରୀର କାମ ବନ୍ଦ କରିଦେଇଥିଲା ଏବଂ ଧୀରେ ଧୀରେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା।

ସ୍ୱାମୀ ଓମ୍‌ଙ୍କ ବନ୍ଧୁ ମୁକେଶ ଜେନାଙ୍କ ପୁଅ ଅର୍ଜୁନ ଜେନା ତାଙ୍କ ମୃତ୍ୟୁ ଖବର ବିଷୟରେ ସୂଚନା ଦେଇଛନ୍ତି। ଅର୍ଜୁନ ଜେନା କହିଛନ୍ତି ଯେ ସ୍ୱାମୀ ଓମ୍‌ ଆଜି ସକାଳେ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ବିଗ୍ ବସ୍’ରେ ଆସିବା ପରଠାରୁ ସ୍ୱାମୀ ଓମ୍ ବେଶ୍‌ ଚର୍ଚ୍ଚାରେ ରହିଆସୁଥିଲେ। ବିଗ୍‌ ବସ୍‌ ସିଜିନ୍‌ ୧୦ରେ ସ୍ୱାମୀ ଓମ୍‌ଙ୍କୁ ନେଇ ଅନେକ ବିବାଦ ଉପୁଜିଥିଲା। ଅଗଷ୍ଟ ୨୪, ୨୦୧୭ ରେ ସୁପ୍ରିମକୋର୍ଟ ଗୋପନୀୟତା ଭଳି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସ୍ୱାମୀ ଓମ୍‌ଙ୍କ ଉପରେ ଦଶ ଲକ୍ଷ ଟଙ୍କା ଜୋରିମାନା ଲଗାଇଥିଲେ।

Comments are closed.