Latest Odisha News

BREAKING NEWS

ବିଗ୍‌ବସ୍‌ରେ ବିବାଦ, ସୋ’ ଛାଡିଲେ ନିଆ ଶର୍ମା !

ମୁମ୍ବାଇ: ଛୋଟ ପରଦାକୁ ଆସିନି । କରୋନା ପାଇଁ ସାମାନ୍ୟ ବିଳମ୍ବ ହେଉଛି । ହେଲେ ବି ଚର୍ଚ୍ଚାର ଶୀର୍ଷରେ ରହିଛି ବିଗ୍‌ବସ୍ । ସିଜିନ-୧୪ରେ ଦେଖିବାକୁ ମିଳିବ ନିଶ୍ଚିତ ଭାବେ କିଛି ନୂଆ । ସାମ୍ନାକୁ ପ୍ରମୋ ଆସିବା ପରେ ଏହି ବିବାଦୀୟ ସୋ’କୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢିବାରେ ଲାଗିଛି ।

ପ୍ରତିଯୋଗୀଙ୍କୁ ନେଇ ଆରମ୍ଭ ହୋଇଛି ନାନା କଳ୍ପନାଜଳ୍ପନା । ଖାସ କରି ଚର୍ଚ୍ଚାରେ ରହିଛନ୍ତି ହଟ୍ ଆଣ୍ଡ ବୋଲ୍ଡ ନିଆ ଶର୍ମା । ଖବର ଆସିଛି ତାଜାତାଜା । ସୋ’ରୁ ଓହରିଲେ ନିଆ ଶର୍ମା । ପ୍ରଥମେ ରାଜି ହୋଇଥିଲେ ବି ସୋର ଅତ୍ୟାଧିକ ବିବାଦୀୟ ସର୍ତ୍ତ ଦେଖି ନିଆ ସଲମାନଙ୍କ ସୋ’ରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏ ନେଇ କୌଣସି ଅଫିସିଆଲ ବିଜ୍ଞପ୍ତି ସାମ୍ନାକୁ ଆସିନି ।

ଟିଆରପି ଚକ୍କରରେ ଅନେକ ଅକସ୍ମାତ ଘଟଣା ବିଗ୍‌ବସ୍‌ରେ ପ୍ରତ୍ୟେକ ସିଜିନରେ ଦେଖିବାକୁ ମିଳେ । ହେଲେ ରିୟାଲିଟି ସୋ’ ଚକ୍କରରେ ନିଜ ଇମେଜକୁ ନିଆ ଖରାପ କରିବାକୁ ଚାହୁଁନାହାନ୍ତି । ବୋଧ ହୁଏ ଏହି କାରଣରୁ ସେ ସଲମାନଙ୍କ ହାଇ ରେଟେଡ୍ ସୋ’ରୁ ଓହରିଯିବାକୁ ଡିସିସନ୍ ନେଇଛନ୍ତି । ଅକ୍ଟୋବର ପହିଲାରେ ସଲମାନ ପାଇଲଟ୍ ଏପିସୋଡ ସୁଟ୍ କରିବେ, ଯାହା ୩ଦିନ ପରେ ପ୍ରସାରଣ ହେବ ।

Leave A Reply

Your email address will not be published.