Latest Odisha News

BREAKING NEWS

‘ଛୋଟି ବୋହୂ’ ସିରିଏଲର ନାୟିକା ରୁବିନା ଦଲୈକ ଅସୁସ୍ଥ

ନୂଆଦିଲ୍ଲୀ : ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଚେହେରା ରୁବିନା ଦଲୈକ। ନିଜ ଲୁକ୍ସ ଆଉ ଷ୍ଟାଇଲକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି  । ବର୍ତ୍ତମାନ ତାଙ୍କ ସୁନ୍ଦର ଚେହେରା ବିଗିଡ଼ି ଯାଇଛି  । ଚର୍ଚ୍ଚାରେ ରହୁଥିବା ରୁବିନା ଅସୁସ୍ଥ ଥିବା ସୂଚନା ମିଳୁଛି  । ସେ ସୋଶିଆଲ ମିଡିଆରେ ଫଟୋ ଶେଆର କରି ସେ ସୂଚନା ଦେଇଛନ୍ତି।

୨୦୦୮ରୁ ଛୋଟ ପରଦାରେ ‘ଛୋଟି ବୋହୂ’ରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ରୁବିନା ଆଜି ଟେଲିଭିଜନ ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ତାଙ୍କର ଫ୍ୟାନ୍‌ ଫଲୋଇଂ ମଧ୍ୟ ଅଧିକା। ତେବେ ଶନିବାର ରୁବିନା ନିଜ ଇନ୍‌ଷ୍ଟାଗ୍ରାମରେ ଦୁଇଟି ଫଟୋ ଶେଆର କରିଛନ୍ତି । ଏଥିରେ ତାଙ୍କ ଚେହେରା ବିଗିଡି ଯାଇଥିବା ଦେଖିବାକୁ ମିଳିଛି। ତାଙ୍କ ଓଠ ଆଉ ମୁହଁ ଫୁଲି ଯାଇଛି। ତେବେ ଅସୁସ୍ଥତା କାରଣରୁ ତାଙ୍କର ଏଭଳି ଅବସ୍ଥା ହୋଇଥିବା ଜଣାପଡିଛି। ରୁବିନାଙ୍କୁ ଏଭଳି ଅବସ୍ଥାରେ ଦେଖି ତାଙ୍କ ଫ୍ୟାନ୍‌ମାନେ ଏବେ ଚିନ୍ତିତ ହୋଇପଡିଛନ୍ତି। ଏଥିସହ ସେ ଖୁବଶୀଘ୍ର ସୁସ୍ଥ ହେବା ନେଇ କାମନା କରିଛନ୍ତି।

ଏହି ଫଟୋକୁ ଶେଆର କରି ରୁବିନା କ୍ୟାପସନରେ ଲେଖିଛନ୍ତି, ତାଙ୍କୁ ଜ୍ୱର, ଗଳାରେ ଯନ୍ତ୍ରଣା ଓ ଇନ୍‌ଫେକ୍ସନ ହୋଇଛି। ଏଥିଲାଗି ତାଙ୍କ ଓଠ ଫୁଲି ଯାଇଛି। ଏହି ଲୁକ୍ସରେ ସେ ବିନା ଫିଲ୍ଟରରେ ବତକ ଭଳି ଦେଖାଯାଉଥିବା କହିଛନ୍ତି। ସେ ତାଙ୍କର ଏହି ଲୁକ୍ସକୁ ନେଇ ନିରାଶ ଥିବା ସହ ନିଜକୁ ଦେଖି ହସ ଲାଗୁଥିବା ମଧ୍ୟ କହିଛନ୍ତି ରୁବିନା।

Leave A Reply

Your email address will not be published.