Latest Odisha News

BREAKING NEWS

ଅକ୍ଟୋବର ୩ରୁ ପ୍ରସାରିତ ହେବ ‘ବିଗ୍ ବସ୍ ୧୫’!

ମୁମ୍ବାଇ: ‘ବିଗ୍ ବସ୍ ୧୫’ର ଟେଲି ପ୍ରସାରଣକୁ ନେଇ ଭାଇଜାନ ତଥା ସଲ୍‌ମାନଙ୍କ ପ୍ରଶଂସକ ବେଶ୍‌ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି। ଏହା ଭିତରେ ବିଗ୍‌ ବସ୍‌ର ଅନେକ ପ୍ରମୋ ବାହାରିସାରିଲାଣି। ଯାହା ପରେ ପ୍ରଶଂସକମାନେ ସୋ ପାଇଁ ବହୁତ ଉତ୍ସାହିତ ଥିବା ଜଣାପଡ଼ିଛି।

ସମ୍ପ୍ରତି କରଣ ଜୋହରଙ୍କ ଆୟୋଜିତ ‘ବିଗ୍ ବସ୍ ଓଟିଟି’ ପ୍ରସାରିତ ହେଉଛି। ତେବେ ଇଂରାଜୀ ୱେବସାଇଟ୍ ଟେଲି ଚକ୍କରର ରିପୋର୍ଟ ଅନୁଯାୟୀ, ଏହି ଶୋ ’ଅକ୍ଟୋବର ୩, ୨୦୨୧ ରୁ କଲର୍ସ ଚ୍ୟାନେଲରେ ପ୍ରଦର୍ଶିତ ହେବ। ଏହା ୱିକେଣ୍ଡରେ ରାତି ୯ ଟାରେ ପ୍ରସାରିତ ହେବ। ସୋମବାରରୁ ଶୁକ୍ରବାର ରାତି ୧୦.୩୦ ରେ ଏହା ପ୍ରଦର୍ଶିତ ହେବ।

ପ୍ରୋମୋରୁ ଯାହା ଜଣାପଡ଼ୁଛି ଏଥରର ଥିମ୍‌ ମଧ୍ୟ ଅନ୍ୟ ସିଜିନ୍‌ ଅପେକ୍ଷା ବେଶ୍‌ ନିଆରା ରହିଛି। ଯାହା ଦର୍ଶକ ଏବଂ ପ୍ରତିଯୋଗୀଙ୍କୁ ବେଶ୍‌ ଆକୃଷ୍ଟ କରିବ।

Leave A Reply

Your email address will not be published.