Latest Odisha News

ରାସ୍ତା ନଥିବାରୁ ହଟହଟା ଗର୍ଭବତୀ

ଯାଜପୁର: ଯାଜପୁରରେ ବିକାଶର ବିକଳ ଚିତ୍ର । ପୁଣି ଖଟିଆରେ ବୁହାହେଲେ ଜଣେ ଗର୍ଭବତୀ । ସୁକିନ୍ଦା ଖଣି ଅଞ୍ଚଳରେ ଦେଖାଦେଇଛି ଏଭଳି ଘଟଣା । କଅଂଶ ପଂଚାୟତ ସାରୁଆବିଲି ଗାଁର ଚିରୁ ସାହିକୁ ନାହିଁ ଖଣ୍ଡେ ରାସ୍ତା । କାହାର ଦେହ ଖରାପ ହେଉ କି ଗର୍ଭବତୀ ମହିଳା ସମସ୍ତଙ୍କୁ ସାହା ସେଇ ଖଟିଆର ଦୋଳା । କାହାର ଦେହା ଖରାପ ହେଲେ ଖଟିଆରେ ଦୋଳା କରି ବୋହି ବୋହି ନିଅନ୍ତି ସ୍ଥାନୀୟ ଲୋକେ । ମୁଖ୍ୟରାସ୍ତାରେ ଅପେକ୍ଷା କରିଥାଏ ଆମ୍ବୁଲାନ୍ସ ।

ସେପଟେ OMC ପକ୍ଷରୁ ସେଠାରେ ହୋଇଥିବା ଦମ୍ପିଂୟାର୍ଡକୁ ନିତିଦିନ ଅନେକ ଭାରିଯାନ ଯିବା ଆସିବା କରୁଛି । OMC ସେହି ସ୍ଥାନରେ ଜୋର ଜବରଦସ୍ତ ମାଟି ପଥର ଗଦା କରୁଛି । ଅସରାଏ ବର୍ଷା ରେ ସେହି ରାସ୍ତା ମଧ୍ୟ ମରଣ ଯନ୍ତା ପାଲଟିଛି । ସ୍ଥାନୀୟ ଲୋକେ ବାରମ୍ବାର ଖଣି କତ୍ତୃପକ୍ଷ ଙ୍କୁ ଏ ବାବଦ ରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ । ଏହି ଅଞ୍ଚଳରୁ ସରକାର କୋଟି କୋଟି ଟଙ୍କା ରାଜସ୍ୱ ନେଉଥିବାବେଳେ ଅଞ୍ଚଳର ବିକାଶ ପାଇଁ ଖଣି କତ୍ତୃପକ୍ଷ କି ସରକାର କାହାର ଚିନ୍ତା ନାହିଁ । ଏ ନେଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା ।

Leave A Reply

Your email address will not be published.