Latest Odisha News

କେବଳ ନଡ଼ିଆ ପାଣି ପିଇ ବି ନିରୋଗ

ଶରୀରକୁ ସୁସ୍ଥ ରଖିବାକୁ ହେଲେ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ଅଛି । ଏକଥା ଆମେ ସମସ୍ତେ ଜାଣନ୍ତି । ଡ଼ାକ୍ତରମାନେ ମଧ୍ୟ ସମାନ ମତ ରଖନ୍ତି । ହେଲେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏକି ୨୪ ବର୍ଷ ହେଲା କୌଣସି ଖାଦ୍ୟ ନ ଖାଇ ସୁସ୍ଥ ଓ ନିରୋଗ ଅଛନ୍ତି । ଖାଦ୍ୟ କହିଲେ ସେ କେବଳ ନଡ଼ିଆ ପାଣି ଓ ନଡ଼ିଆ ଖାଇ ବଞ୍ଚିଛନ୍ତି । ଏହି ବ୍ୟକ୍ତି ଜଣକ ହେଲେ ବାଲକ୍ରିଷ୍ଣନ୍ ।

ବାଲକ୍ରିଷ୍ଣନ ନାମକ ଏହି ବ୍ୟକ୍ତି ଗ୍ୟାସ ରୋଗରେ ପୀଡ଼ିତ । ବହୁ ଡ଼ାକ୍ତରଙ୍କୁ ଦେଖାଇଥିଲେ ମଧ୍ୟ କିଛି ସୁଫଳ ମିଳିଲା ନାହିଁ । ତାଙ୍କର ଜଣେ ସମ୍ପର୍କୀୟ ନଡ଼ିଆ ଖାଇଲେ ଗ୍ୟାସରୁ ମୁକ୍ତି ମିଳିବ ବୋଲି ପରାମର୍ଶ ଦେଲେ । ବାଲକ୍ରିଷ୍ଣନ୍ ତାଙ୍କ କଥାକୁ ସମ୍ମାନ ଦେଇ ନିତିଦିନ ଖାଦ୍ୟରେ ନଡ଼ିଆ ଖାଇଲେ । ବାଲକ୍ରିଷ୍ଣନ୍ ଟିକେ ସୁସ୍ଥ ଅନୁଭବ କରିବାରୁ ଧୀରେ ଧୀରେ ଖାଦ୍ୟ ଛାଡ଼ି ନଡ଼ିଆ ପାଣି ପିଇବା ସହ ନଡ଼ିଆ ଖାଇବାକୁ ଆରମ୍ଭ କଲେ । ଏହା ତାଙ୍କର ଅଭ୍ୟାସରେ ପରିଣତ ହୋଇଗଲା । ପାଖାପାଖି ୨୪ ବର୍ଷ ହେବ ବାଲକ୍ରିଷ୍ଣନ ସମ୍ପୂର୍ଣ୍ଣ ଖାଦ୍ୟ ଛାଡ଼ିଦେଇ କେବଳ ନଡ଼ିଆ ପାଣିି ପିଉଛନ୍ତି । ବାଲକ୍ରିଷ୍ଣନ୍ କୁହନ୍ତି, ନଡିଆରେ କ୍ୟାଲସିୟମ, ମ୍ୟାଗ୍ନେସିୟମ, ସୋଡିୟମ ଏବଂ ପୋଟାସିୟମ ପରି ଖଣିଜ ପଦାର୍ଥ ରହିଛି । ଏହା ତାଙ୍କୁ ପୁନର୍ବାର ଶକ୍ତି ଫେରାଇବାରେ ସାହାଯ୍ୟ କଲା ଏବଂ ବର୍ତ୍ତମାନ ସେ ଫିଟ୍ ଏବଂ ଭଲ ଅଛନ୍ତି ବୋଲି କହିଛନ୍ତି ।

 

 

Leave A Reply

Your email address will not be published.