Latest Odisha News

BREAKING NEWS

ଏହି ୫ ପରାଜୟକୁ ସହଜରେ ଭୁଲି ପାରିବେନି ଟିମ ଇଣ୍ଡିଆର ପ୍ରଶଂସକ

ଗୌହାଟୀ: ଘରୋଇ ପରିବେଶରେ ଭାରତ ଦୁଇ ଥର କ୍ଲିନ ସୁଇପ ହେବାକୁ ପ୍ରଶଂସକମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି । ଗୌହାଟୀ ଟେଷ୍ଟକୁ ୪୦୮ ରନରେ ହାରିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆସନ୍ତୁ ନଜର ପକାଇବା ଭାରତର ଆଉ ୪ ବଡ ପରାଜୟ ଉପରେ.. । ୨୦୦୪ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ନାଗପୁରରେ ମ୍ୟାଚ ଖେଳା ଯାଇଥିଲା । ଭାରତ ୩୪୨ରନ ଅନ୍ତରରେ ମ୍ୟାଚ ହାରିଥିଲା । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୩୯୮ ରନ କରିଥିଲା । ଜବାବରେ ଭାରତ ୧୮୫ ରନରେ ଅଲଆଉଟ ହୋଇ ଯାଇଥିଲା । ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୩୨୯ ରନ କରି ଭାରତ ସମ୍ମୁଖରେ ୫୪୩ ରନର ଲକ୍ଷ୍ୟ ରଖିଥିଲା । ଟିମ ଇଣ୍ଡିଆ ୨୦୦ରେ ଅଲଆଉଟ ହୋଇ ଯାଇଥିଲା ।

୨୦୦୬ରେ ପାକିସ୍ତାନ ବିପକ୍ଷରେ ଭାରତ ୩୪୧ ରନରେ ହାରିଥିଲା । କରାଚୀରେ ଖେଳା ଯାଇଥିବା ଏହି ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୪୫ ରନ କରିଥିଲା । ଭାରତ ଏହାର ଜବାବରେ ୨୩୮ ରନ କରିବାକୁ ସକ୍ଷମ ହୋଇଥିଲା । ପାକିସ୍ତାନ ଦ୍ୱିତୀୟ ଇନିଂସରେ ୫୯୯ ରନ କରି ଇନିଂସ ଘୋଷଣା କରିଥିଲା । ଟିମ ଇଣ୍ଡିଆ ୬୦୭ ରନର ଲକ୍ଷ୍ୟକୁ ପିଛା କରି ୨୬୫ରେ ଅଲଆଉଟ ହୋଇ ଯାଇଥିଲା ।

୨୦୦୭ରେ ମେଲବୋର୍ଣ୍ଣରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚକୁ ଟିମ ଇଣ୍ଡିଆ ୩୩୭ ରନରେ ହାରିଥିଲା । ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୩୪୩ ରନ ଜବାବରେ ଭାରତ ୧୯୬ ରନ କରିଥିଲା । ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୩୫୧ ରନ କରି ଭାରତ ସମ୍ମୁଖରେ ୪୯୯ ରନର ଟାର୍ଗେଟ ରଖିଥିଲା । ଭାରତ ୧୬୧ରେ ଅଲଆଉଟ ହୋଇ ଯାଇଥିଲା । ପୁଣେରେ ମଧ୍ୟ ଭାରତକୁ ୩୩୩ ରନ ବ୍ୟବଧାନରେ ଅଷ୍ଟ୍ରେଲିଆ ହରାଇଥିଲା । ପୁଣେରେ ଖେଳା ଯାଇଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୬୦ ରନ କରିଥିଲା । ଭାରତ ୧୦୫ରେ ଅଲଆଉଟ ହେବା ପରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୨୮୫ ରନ କରିଥିଲା । ୪୪୧ ରନର ଲକ୍ଷ୍ୟକୁ ପିଛା କରି ଭାରତ ୧୦୭ରେ ଅଲଆଉଟ ହୋଇ ଯାଇଥିଲା ।

Comments are closed.