Latest Odisha News

BREAKING NEWS

କାର୍ତ୍ତିକ ପୂର୍ଣ୍ଣମୀରେ ସବୁଠି ବଡ଼ ଓ ଉଜ୍ଜ୍ୱଳ ‘ସୁପରମୁନ୍’…

ଭୁବନେଶ୍ବର: ୨୦୨୫ ମସିହା ନଭେମ୍ବର ୫ ତାରିଖ କାର୍ତ୍ତିକ ପୂର୍ଣ୍ଣମୀରେ ‘ସୁପରମୁନ୍’ ଦେଖାଯିବ। ୨୦୧୯ ପରଠାରୁ ଏହା ସବୁଠାରୁ ବଡ଼ ସୁପରମୁନ୍ ବୋଲି କୁହାଯାଉଛି। ଆଗାମୀ ସୁପରମୁନ୍ ସାଧାରଣ ପୂର୍ଣ୍ଣଚନ୍ଦ୍ର ଅପେକ୍ଷା ପ୍ରାୟ ୧୪ ପ୍ରତିଶତ ବଡ଼ ଏବଂ ପ୍ରାୟ ୩୦ ପ୍ରତିଶତ ଉଜ୍ଜ୍ୱଳ ହେବ।

‘ସୁପରମୁନ’ ଶବ୍ଦଟି ପ୍ରଥମେ ଆମେରିକାର ଜ୍ୟୋତିଷ ରିଚାର୍ଡ ନଲ ୧୯୭୯ ମସିହାରେ ପ୍ରଚଳନ କରିଥିଲେ। ଧୀରେ ଧୀରେ “ସୁପରମୁନ“ ଶବ୍ଦଟି ଖୁବ ଲୋକପ୍ରିୟ ହୋଇ ଏବେ ବହୁଳ ଭାବରେ ବ୍ୟବହାର ହେଉଛି। ଚନ୍ଦ୍ର, ପୃଥିବୀ ଚାରିପଟେ ପ୍ରାୟ ୨୭.୫ ଦିନରେ ଥରେ ଏକ ଅଣ୍ଡା କୃତି ପଥରେ ବୁଲିଥାଏ ଓ ପ୍ରାୟ ୨୯ ଦିନରେ ଥରେ ଗୋଟିଏ ପୂର୍ଣ୍ଣମୀ ପଡିଥାଏ। ଅଣ୍ଡାକୃତି ପଥରେ ବୁଲୁଥିବାରୁ ସବୁଠାରୁ ନିକଟରେ ଥିଲା ବେଳେ ଚନ୍ଦ୍ର ଆମଠାରୁ ପ୍ରାୟ ୩.୫୬ ଲକ୍ଷ କିଲୋମିଟର ଦୂରରେ ରହୁଥିଲା ବେଳେ ସବୁଠାରୁ ଦୂରରେ ୪.୦୬ ଲକ୍ଷ କିଲୋମିଟର ଦୂରରେ ଥାଏ।

ଜ୍ୟୋତିଷ ରିଚାର୍ଡ ନଲ୍‌ଙ୍କ ପରିଭାଷାରେ ଯଦି ଚନ୍ଦ୍ର ଆମଠାରୁ ସାଧାରଣ ଦୂରତାର ୧୦% ବା ତା’ଠାରୁ କମ ଦୂରତା ରେ ଥିବା ସମୟରେ ଏକ ପୂର୍ଣ୍ଣମୀ ପଡିଥାଏ ତେବେ ତାହାକୁ ଆମେ ସୁପରମୁନ କହିଥାଉ । ଅର୍ଥାତ ଯଦି ଚନ୍ଦ୍ର ଆମଠାରୁ ୩.୬୦ ଲକ୍ଷ କିଲୋମିଟର ବା ତା’ଠାରୁ ନିକଟରେ ଥିବା ସମୟରେ ଏକ ପୂର୍ଣ୍ଣମୀ ପଡିଥାଏ। ତା’ହେଲେ ସେହି ଚନ୍ଦ୍ରକୁ “ସୁପରମୁନ“ କୁହାଯାଏ କାରଣ ସେ ସମୟରେ ତାହା ଆମକୁ ବଡ ଓ ଉଜ୍ଜଳ ଦେଖାଯାଏ। ପ୍ରାୟ ପ୍ରତ୍ୟେକ ବର୍ଷ ଏହିଭଳି ଘଟଣା ୨ରୁ ୪ ଥର ଘଟିଥାଏ। ୨୦୨୫ ମସିହାରେ “୩- ସୁପରମୁନ ସିରିଜ” ର ଦ୍ଵିତୀୟ “ସୁପରମୁନ“ ନଭେମ୍ବର ୫ ଓ ଶେଷ “ସୁପରମୁନ“ ଟି ଡିସେମ୍ବର ୪ ତାରିଖରେ ଦେଖାଯିବ। ସେଦିନ ଚନ୍ଦ୍ରଟି ଆମକୁ ସାଧାରଣ ଦିନର ପୂର୍ଣ୍ଣ ଚନ୍ଦ୍ର ଠାରୁ ପ୍ରାୟ ୭% ବଡ ସହ ୧୫% ଉଜ୍ଜଳ ଦେଖାଯିବ। ୨୦୨୬ ମସିହାର ଜାନୁଆରି ୩, ନଭେମ୍ବର ୨୪ ଓ ଡିସେମ୍ବର ୨୩ ତାରିଖରେ ୩ଟି ସୁପରମୁନ ଦେଖାଯିବ।

ଏହା ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟ ଯାହାକୁ ଖାଲି ଆଖିରେ ଦେଖିହେବ। ଓଡିଶା ତଥା ଭାରତର ସବୁ ଅଞ୍ଚଳରୁ ଆକାଶ ମେଘ ମୁକ୍ତ ଥିଲେ ଏହାକୁ ଖାଲି ଆଖିରେ ରାତି ସାରା ଦେଖିହେବ। “ସୁପରମୁନ“ ଏକ ସାଧାରଣ ମହାଜାଗତିକ ଘଟଣା ଓ ଏହାର କୌଣସି ପ୍ରଭାବ ପୃଥିବୀ ତଥା ଆମ ଉପରେ ପଡେନାହିଁ।

 

Comments are closed.