Latest Odisha News

BREAKING NEWS

୨୦ ବର୍ଷ ପରେ ଏନସିବି ହାତରେ ସବୁଠୁ ବଡ଼ ଡ୍ରଗ୍ସ ରାକେଟ୍; ଡାର୍କନେଟ୍ ଓ କ୍ରିପ୍ଟୋରେ ହେଉଥିଲା କାରବାର

ନୂଆଦିଲ୍ଲୀ: ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (NCB) ସବୁଠୁ ବଡ଼ ଡ୍ରଗ୍ସ ରାକେଟକୁ ଧରିବାରେ ସକ୍ଷମ ହୋଇଛି । ରେଡ୍ ବେଳେ ଏନସିବି ହଜାରେ କୋଟିର ଅଧିକ ମୂଲ୍ୟର ଲିସର୍ଜିକ ଏସିଡ୍ ଡାଇଏଥିଲେମାଇଡ୍ (LSD) ଜବତ କରିଛି । ଚଢ଼ାଉ ସହ ଏନସିବି ଦେଶବ୍ୟାପୀ ଡ୍ରଗ୍ସ ସିଣ୍ଡିକେଟର ଖୁଲାସା କରି ଅନେକ ଡ୍ରଗ୍ସ ମାଫିଆଙ୍କୁ ଗିରଫ କରିଛି ।

ଏନସିବି ଡିଜପି ଜ୍ଞାନେଶ୍ୱର ସିଂହ କହିଛନ୍ତି, ଆଜିକାଲିର ଯୁବପିଢ଼ି ଓ କଲେଜ ପଢ଼ୁଆ ଏଲ୍ଏସଡି ନେଉଥିବା ବେଳେ ଏହା ବହୁତ ମାରାତ୍ମକ । ଏହାର ବ୍ୟବସାୟିକ ମାତ୍ର ୦.୧ ଗ୍ରାମ ଅଟେ । ଏହାର ୫ଟି ଷ୍ଟାମ୍ପକୁ ଏକ ବ୍ଲଣ୍ଟ କୁହନ୍ତି । ଏଭଳି ୧୫ ହଜାର ବ୍ଲଣ୍ଟ ଜବତ କରାଯାଇଥିବା ବେଳେ ୬ ଜଣଙ୍କୁ ଗିରଫ କରାଯାଇଛି । ବିଗତ ୨ ଦଶନ୍ଧି ମଧ୍ୟରେ ଏତେ ପରିମାଣର ଏଲଏସଡି ଜବତ ହୋଇ ନଥିଲା ।

ତେବେ ଏହି ରାକେଟର ଚେର ବିଦେଶକୁ ଲମ୍ବିଥିବା ସୂଚନା ଦେଇଛି ଏନସିବି । ପୂରା ଦେଶରେ ବ୍ୟାପିଥିବା ଏହି ଡ୍ରଗ୍ସ ଚେରରେ ଶିକ୍ଷିତ ଯୁବପିଢ଼ି ସାମିଲ୍ ଥିବା ଜଣାପଡ଼ିଛି । ଡାର୍କନେଟ୍ ଓ କ୍ରିପ୍ଟୋ କରେନ୍ସି ଜରିଆରେ କାରବାର ହେଉଥିଲା । ଗିରଫଙ୍କ ଠାରୁ ୪ ଲକ୍ଷ ଟଙ୍କା ମିଳିଥିବା ବେଳେ ଆକାଉଣ୍ଟରୁ ୨୦ ଲକ୍ଷ ମିଳିଛି । କ୍ରିପ୍ଟୋ ୱାଲେଟର ଯାଞ୍ଚ କରାଯାଉଛି । ଗିରଫ ଅଭିଯୁକ୍ତ ସୋସିଆଲ୍ ମିଡିଆ ଜରିଆରେ ଡ୍ରଗ୍ସ ବିକ୍ରି କରୁଥିଲେ ।

ଗୋଆରେ ରହୁଥିବା ନୋଏଡାର ଜଣେ ଛାତ୍ର ପ୍ରଥମେ ଏହି ମାମଲାରେ ଧରା ପଡ଼ିଥିଲେ । ପରେ ଜୟପୁରରୁ ଅନ୍ୟ ଜଣେ ଧରାପଡ଼ିଥିଲା, ଯିଏକି ମାଷ୍ଟରମାଇଣ୍ଡ । ପରେ ପୁଣେରୁ ପୋଷ୍ଟ ଅଫିସରୁ ଏଲଏସଡି ମିଳିଥିଲା । ତାପରେ ନୋଏଡା ଓ କେରଳରୁ ୨ ଜଣ ଲେଖାଏ ୪ ଜଣଙ୍କୁ ଗିରଫ କରାଯାଇଛି । ଏଲଏସିଡକୁ ପୋଲାଣ୍ଡ ଓ ନେଦରଲାଣ୍ଡରୁ ଅଣାଯାଇ ଇନଷ୍ଟା ଓ ୱିକରରେ ଗ୍ରୁପ୍ କରି ବିକ୍ରି କରୁଥିଲେ ।

Leave A Reply

Your email address will not be published.