Latest Odisha News

ଅଲିମ୍ପିକ୍ସରେ ଏହି ଆଥଲେଟମାନଙ୍କ ରେକର୍ଡ ଭାଙ୍ଗିବା ପ୍ରାୟତଃ ଅସମ୍ଭବ

ଅଲିମ୍ପିକ୍ସରେ ଅନେକ ଆଥଲେଟ ଏ ଭଳି କୀର୍ତିମାନ ସ୍ଥାପନ କରିଛନ୍ତି ଯେ, ଯାହାକୁ ଭାଙ୍ଗିବା ଅନ୍ୟମାନଙ୍କ ପାଇଁ ସ୍ୱପ୍ନ ସଦୃଶ । ଆମେରିକାର ମହାନ ସନ୍ତରଣକାରୀ ମାଇକେଲ ଫେଲପ୍ସ ୨୮ ଅଲିମ୍ପିକ୍ସ ପଦକ ସହ ଏବେ ବି ପୁରୁଷ ବିଭାଗର ଶ୍ରେଷ୍ଠ ଅଲିମ୍ପିଆନ ହେବାର ଗୌରବ ଅର୍ଜନ କରିଛନ୍ତି । ସର୍ବାଧିକ ୨୩ ସ୍ୱର୍ଣ୍ଣ ପଦକ ଜିତିବା ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି । ସେହିପରି କାନାଡାର ଅଶ୍ୱଚାଳକ ଇଆନ ମିଲର ସର୍ବାଧିକ ଥର ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଛନ୍ତି ।

ମିଲର ୧୯୭୨ରୁ ୨୦୧୨ ପର୍ଯ୍ୟନ୍ତ ୧୦ଟି ଅଲିମ୍ପିକରେ ସାମିଲ ହୋଇଛନ୍ତି । ସେ ଗୋଟିଏ ରୌପ୍ୟ ପଦକ ହାସଲ କରିଛନ୍ତି । ସ୍ୱୀଡେନର ଶୁଟର ଓସ୍କାର ଖାଁ ବୟୋଜ୍ୟେଷ୍ଠ ଆଥଲେଟ ଭାବେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଛନ୍ତି । ୧୯୨୦ ଆଂଟର୍ପ ଗେମ୍ସରେ ଅଂଶଗ୍ରହଣ କରିବା ବେଳେ ତାଙ୍କ ବୟସ ୭୨ ବର୍ଷ ୨୭୯ ଦିନ ରହିଥିଲା ।

ଡେନମାର୍କର ଝେଙ୍ଗ ସୋରେନସେନ ସବୁଠାରୁ କମ ବୟସରେ ଅଲିମ୍ପିକ ପଦକ ଜିିତିଥିଲେ । ୧୯୩୬ ବର୍ଲିନ ଗେମ୍ସରେ ଏହି ମହିଳା ସନ୍ତରଣକାରୀ ୨୦୦ମିଟର ବ୍ରେଷ୍ଟ ଷ୍ଟ୍ରୋକରେ ଅଂଶଗ୍ରହଣ କରିଥିଲେ । ସେତେବେଳେ ତାଙ୍କ ବୟସ ୧୨ ବର୍ଷ ୨୪ ଦିନ ହୋଇଥିଲା । ୨୦୦୮ ବେଜିଂ ଅଲିମ୍ପିକ୍ସରେ ମାଇକେଲ ଫେଲପ୍ସ ୮ଟି ସ୍ୱର୍ଣ୍ଣ ପଦକ ଜିତିଥିଲେ । ବ୍ୟକ୍ତିଗତ ଭାବେ ଗୋଟିଏ ସଂସ୍କରଣରେ ଏହା ସର୍ବାଧିକ ପଦକ ହାସଲ ।

Comments are closed.