Latest Odisha News

BREAKING NEWS

ବିଷାକ୍ତ ମଦ ପିଇ ୨୦ ମୃତ

ପାଟଣା: ବିହାରରେ ପୁଣି ଥରେ ବିଷାକ୍ତ ମଦ ମୃତ୍ୟୁ ନେଇ ଉତ୍ତେଜନା ଦେଖାଦେଇଛି। ସିୱାନ ଏବଂ ସରାନ ଜିଲ୍ଲାରେ ମଦ ପିଇ କିଛି ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା। ପରବର୍ତ୍ତୀ ସମୟରେ ଏହି ଘଟଣାରେ ୨୦ ଜଣ ଲୋକ ପ୍ରାଣ ହରାଇଥିବା ଜଣାପଡିଛି।

ଏହି ଦୁଇ ଜିଲ୍ଲାରେ ଅନେକ ଲୋକ ବିଷାକ୍ତ ମଦ ପିଇବା ପରେ ଅସୁସ୍ଥ ହୋଇ ପଡିଥିଲେ।

ସିୱାନ ଜିଲ୍ଲା ମାଜିଷ୍ଟ୍ରେଟ ମୁକୁଲ କୁମାର ଗୁପ୍ତା କହିଛନ୍ତି ଯେ ମଙ୍ଗଳବାର ସନ୍ଧ୍ୟାରେ କୌଡିଆ ଭୈସି ଟୋଲା ଗ୍ରାମରେ ବାନ୍ତି, ମୁଣ୍ଡବିନ୍ଧା ଏବଂ ପେଟ ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଯାଇଥିଲା। ଯାହାପରେ ଲୋକଙ୍କୁ ଚିକିତ୍ସା ପାଇଁ ଭଗବାନପୁରରେ ଅବସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।

ବିହାରରେ ବିଷାକ୍ତ ମଦ ପିଇ ଏକକାଳୀନ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିବା ଏହା ପ୍ରଥମ ଘଟଣା ନୁହେଁ। ୨୦୧୬ରେ ତତ୍କାଳୀନ ସରକାର ରାଜ୍ୟରେ ମଦ ବିକ୍ର ଏବଂ ମଦ ସେବନ ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇଥିଲେ।

Leave A Reply

Your email address will not be published.