Latest Odisha News

BREAKING NEWS

Bihar Election: ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା, ଦୁଇଟି ପର୍ଯ୍ୟାୟରେ ହେବ ଭୋଟିଂ

ନୂଆଦିଲ୍ଲୀ: ବାଜିଲା ବିହାର ନିର୍ବାଚନ ବିଗୁସ। ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିସନ। ଆସନ୍ତା ନଭେମ୍ବର ୬ ଏବଂ ୧୧ରେ ଦୁଇଟି ପର୍ଯ୍ୟାୟରେ ହେବ ଭୋଟିଂ। ୧୪ ରେ ହେବ ଭୋଟ ଗଣତି। ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର। ବିହାରର ୨୪୩ ସିଟ୍ ପାଇଁ ନିର୍ବାଚନ ହେବ । ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୨ରେ ଶେଷ ହେଉଛି।

ବିହାରରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବା ସହ ପ୍ରଥମ ପର୍ଯ୍ୟାୟରେ ୧୨୧ଟି ଆସନ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧୨୨ଟି ଆସନ ପାଇଁ ନାମାଙ୍କନ ଦାଖଲ ହେବ। ପ୍ରଥମ ପର୍ଯ୍ୟାୟ ପାଇଁ ୧୭ ଅକ୍ଟୋବର ସୁଦ୍ଧା ଏବଂ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୨୦ ଅକ୍ଟୋବର ସୁଦ୍ଧା ନାମାଙ୍କନ ଦାଖଲ କରାଯିବ।

ନିର୍ବାଚନ କମିଶନ ଗତ ଦୁଇ ଦିନ ଧରି ବିହାର ଗସ୍ତ କରି ସମସ୍ତ ରାଜନୈତିକ ଦଳଙ୍କ ସହ ବୈଠକ କରିଥିଲେ। ଏହା ପରେ ଆଜି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ବିହାର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୨ ତାରିଖରେ ଶେଷ ହେବାକୁ ଥିବା ବେଳେ ମୋଟ ୨୪୩ ବିଧାନସଭା ଆସନ ପାଇଁ ମତଦାନ ହେବ।

 

Comments are closed.