ପାଟନା: ବିହାରରେ ନୂତନ ସରକାର ଗଠନ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ରିପୋର୍ଟ ଅନୁସାରେ, ନୂତନ ବିହାର ସରକାରଙ୍କ ଶପଥ ଗ୍ରହଣ ସମାରୋହ ଗୁରୁବାର ସକାଳ ୧୧:୩୦ ରେ ପାଟନାର ପ୍ରସିଦ୍ଧ ଗାନ୍ଧୀ ମଇଦାନରେ ଅନୁଷ୍ଠିତ ହେବ, ଯେଉଁଠାରେ ନୀତିଶ କୁମାର ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଏଥିପାଇଁ ଆଜି, ବୁଧବାର ବସିବ ବିଧାୟକ ଦଳ ବୈଠକ । ଯେଉଁଥିରେ ନୀତିଶଙ୍କୁ ବିଧାୟକ ଦଳର ନେତା ବାଛିବେ ନବନିର୍ବାଚିତ ବିଧାୟକ । ଏହାପରେ ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ । ଏହି ସମୟରେ ନୂତନ କ୍ୟାବିନେଟର ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଏବେ, ଶପଥ ଗ୍ରହଣ ଉତ୍ସବ ପୂର୍ବରୁ, ବିହାର ସରକାରଙ୍କ ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ତାଲିକା ପ୍ରକାଶ ପାଇଛି।
ଯେଉଁଥିରେ ବିଜେପି କୋଟାରୁ ସମ୍ଭାବ୍ୟ ମନ୍ତ୍ରୀଙ୍କ ମଧ୍ୟରେ ସମ୍ରାଟ ଚୌଧୁରୀ (କୁଶୱାହା), ବିଜୟ କୁମାର ସିହ୍ନା (ଭୁମିହାର), ମଙ୍ଗଲ ପାଣ୍ଡେ (ବ୍ରାହ୍ମଣ), ନୀତୀଶ ମିଶ୍ର (ବ୍ରାହ୍ମଣ), ନିତିନ ନବୀନ (କାୟସ୍ତା), ରେଣୁ ଦେବୀ (ଅତ୍ୟଧିକ ପଛୁଆ ଶ୍ରେଣୀ), ନୀରଜ କୁମାର ବବଲୁ (ରାଜପୁତ)
ସଞ୍ଜୟ ସୌରଭୀ (ବୈଷ୍ଣବ), ହରି ସହନି (ଅତ୍ୟଧିକ ପଛୁଆ ଶ୍ରେଣୀ), ରଜନୀଶ କୁମାର (ଭୁମିହାର)ଙ୍କ ନାମ ରହିଛି ।
ସେହିପରି ଜେଡିୟୁ କୋଟାରୁ ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ମଧ୍ୟରେ ବିଜୟ କୁମାର ଚୌଧୁରୀ (ଭୁମିହାର), ବିଜୟନ୍ଦ୍ର ଯାଦବ (ଯାଦବ), ଶ୍ରାବଣ କୁମାର (କୁର୍ମୀ), ଅଶୋକ ଚୌଧୁରୀ (ଦଲିତ-ପାସି), ରତ୍ନେଶ ସାଦା (ଦଲିତ-ମୁଶହର), ସୁନୀଲ କୁମାର (ଦଲିତ-ରବିଦାସ), ଶ୍ୟାମ ରାଜକ (ଦଲିତ-ଧୋବି), ଜାମା ଖାନ୍ (ମୁସଲିମ), ଲେସି ସିଂହ (ରାଜପୁତ), ଦାମୋଦର ରାୱତ (ଅତ୍ୟନ୍ତ ପଛୁଆ ବର୍ଗ)
ଏଲଜେପି (ଆର) ରୁ ରାଜୁ ତିୱାରୀ (ବ୍ରାହ୍ମଣ) ଏବଂ ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା (HAM) ରୁ ସନ୍ତୋଷ କୁମାର ସୁମନଙ୍କ ନାମ ରହିଥିବା ବେଳେ ଆରଏଲଏମ ରୁ ସ୍ନେହଲତା କୁଶୱାହା (କୁଶୱାହା)ଙ୍କ ନାଁ ଚର୍ଚ୍ଚାରେ ରହିଛି । ତେବେ ଏହା କେତେ ଦୁର୍ ସତ ତାହା ତ ଗୁରୁବାର ଶପଥ ଗ୍ରହଣ ବେଳେ ଜଣାପଡିବ ।
ତେବେ ସୋମବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ଭେଟି ନଭେମ୍ବର ୧୯ ତାରିଖରୁ ବିଧାନସଭା ଭଙ୍ଗ କରିବାକୁ ସୁପାରିଶ କରିଛନ୍ତି। ନୀତିଶ ବୁଧବାର ପୁଣି ରାଜ୍ୟପାଳଙ୍କୁ ଭେଟିବେ ଏବଂ ଅନ୍ୟ ସମସ୍ତ ସହଯୋଗୀଙ୍କ ସମର୍ଥନ ପତ୍ର ସହିତ ଇସ୍ତଫାପତ୍ର ପ୍ରଦାନ କରିବେ। ଏହା ପରେ, ନୀତିଶ କୁମାର ବିଧାୟକ ଦଳର ନେତା ନିର୍ବାଚିତ ହେବେ ଏବଂ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ମନ୍ତ୍ରୀ ଶାହ, ରାଜନାଥ ସିଂହ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ଶୀର୍ଷ ଏନଡିଏ ନେତା ମୁଖ୍ୟମନ୍ତ୍ରୀ ନୀତିଶଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାର ଆଶା କରାଯାଉଛି।
Comments are closed.