Latest Odisha News

BREAKING NEWS

ପୁଣି ଇଣ୍ଡିଆ ମେଣ୍ଟକୁ ଫେରିବେ କି ନୀତିଶ କୁମାର? ଗୋଟିଏ ବିମାନରେ ନଜର ଆସିଲେ ନୀତିଶ ଓ ତେଜସ୍ୱୀ

ନୂଆଦିଲ୍ଲୀ: ଗତକାଲି ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳ ସାମ୍ନାକୁ ଆସିବା ପରେ କିଏ ସରକାର ଗଢିବ ସେନେଇ ଏବେ ଚର୍ଚ୍ଚା ଯୋର ଧରିଛି । ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ବହୁମତ ପାଇଥିବାବେଳେ, ବିରୋଧୀ ଦଳ ଇଣ୍ଡିଆ ମେଣ୍ଟ ବହୁମତରୁ ଖୁବ୍ କମ୍ ଆସନ ପାଇଛି ।

ତେବେ ଏନଡିଏ ମେଣ୍ଟ ସରକାର ଗଠନ କରିବାକୁ ଦାବି କରିଛି । ଏହାରି ଭିତରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନଡିଏ ବୈଠକରେ ଯୋଗଦେବାକୁ ଦିଲ୍ଲୀ ଅଭିମୁଖେ ବାହାରିଥିବାବେଳେ ତାଙ୍କ ସାଙ୍ଗରେ ପୁଣି ଗୋଟିଏ ବିମାନରେ ନଜର ଆସିଛନ୍ତି ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ । ଉଭୟ ବିମାନରେ ଆଗ ପଛ ହୋଇ ବସିଥିବା ନଜର ଆସିଛନ୍ତି ଯାହାର ଫଟୋ ଏବେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ଚର୍ଚ୍ଚା ହେଉଛି ଯେ, ଗୋଟିଏ ପଟେ ଇଣ୍ଡିଆ ମେଣ୍ଟର ନଜର ଏବେ ନୀତୀଶ କୁମାରଙ୍କ ଉପରେ ଥିବା ବେଳେ ଅନ୍ୟପଟେ ବିଜେପି ନୀତୀଶଙ୍କୁ ହାତଛଡା କରିବାକୁ ଚାହୁଁ ନାହିଁ । କାରଣ ନୀତିଶ ଯଦି ଇଣ୍ଡିଆ ମେଣ୍ଟରେ ସାମିଲ ହୁଅନ୍ତି ତେବେ ଏନଡିଏକୁ ସରକାର ଗିଢିବା ମୁସ୍କିଲ ହୋଇ ପଡିବ । କାରଣ ନୀତିଶ ଅନେକ ଧର ଦଳ ଅଦଳ ବଦଳ କରିଛନ୍ତି ଯେଉଁ କାରଣରୁ ତାଙ୍କୁ ପଲଟୁରାମ କୁହାଯାଇଥାଏ । ତେଣୁ ଏଭଳି ସ୍ଥିତିରେ ଏମାନେ ଏକାଠି ଗୋଟିଏ ବିମାନରେ ଯାତ୍ରା କରିବାକୁ ନେଇ ଦ୍ବନ୍ଦ ବଢିବାରେ ଲାଗିଛି ।

 

Leave A Reply

Your email address will not be published.