Latest Odisha News

ଅଚାନକ ମୋଦିଙ୍କ ହାତ ଧରିପକାଇ କ’ଣ ଦେଖିଲେ ନୀତିଶ, ଭିଡିଓ ଭାଇରାଲ

ପାଟନା: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ରାଜଗିରରେ ଥିବା ନାଲନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଭାଷଣରେ ପ୍ରାଚୀନ ନାଲନ୍ଦା ବିଶ୍ୱବିଦ୍ୟାଳୟର ବିନାଶକୁ ମନେ ପକାଇ କହିଛନ୍ତି ଯେ ନିଆଁ ବହି ପୋଡିପାରେ, କିନ୍ତୁ ଜ୍ଞାନ ନୁହେଁ ।

ଏହି ଅବସରରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଉପସ୍ଥିତ ଥିଲେ । ଏହି ଉଦଘାଟନୀ ସମାରୋହରେ ମୋଦି ନୀତିଶ କୁମାରଙ୍କ ପାଖରେ ବସିଥିଲେ, ହଠାତ୍ ନୀତିଶ ତାଙ୍କ ହାତ ଧରି ଆଙ୍ଗୁଠି ଯାଞ୍ଚ କରିବା ଆରମ୍ଭ କଲେ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ମୋଦିଙ୍କ ଆଙ୍ଗୁଠି ଦେଖିବା ପରେ ନୀତିଶ ମଧ୍ୟ ନିଜ ଆଙ୍ଗୁଠି ଦେଖିଛନ୍ତି । ତେବେ ନୀତିଶ କୁମାର ମୋଦିଙ୍କ ଆଙ୍ଗୁଠିରେ ନିର୍ବାଚନ ଇଙ୍କ୍ ଚିହ୍ନ ଦେଖୁଥିବା ଦେଖିବାକୁ ମିଳିଛି । ଏହାପରେ ପ୍ରଧାନମନ୍ତ୍ରୀ ମୋଦି ବହୁ ଯୋରରେ ହସିବାକୁ ଲାଗିଛନ୍ତି । ଯାହା ଏକ ମଜାଳିଆ ଦୃଶ୍ୟ ଅଟେ । ଆଉ ଏନେଇ ସୋସିଆଲ ମିଡିଆରେ ଅନେକ ପ୍ରକାରର ମଜାଦାର କମେଣ୍ଟ ମଧ୍ୟ କରିଛନ୍ତି ୟୁଜର୍ସ ।

Comments are closed.