Latest Odisha News

BREAKING NEWS

କରୋନା ମହାମାରୀ ମଧ୍ୟରେ ୩ଟି ପର୍ଯ୍ୟାୟରେ ହେବ ବିହାର ନିର୍ବାଚନ

ପାଟନା: ବିହାରରେ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ଦିନ ତାରିଖ ଘୋଷଣା କରାଯାଇଛି।

ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ କରୋନା ମହାମାରୀ ମଧ୍ୟରେ ତିନିଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅକ୍ଟୋବର ୨୮ ତାରିଖରେ, ଦ୍ୱିତୀୟ ପର୍ଯ୍ୟାୟ ନଭେମ୍ବର ୩ରେ ଏବଂ ତୃତୀୟ ପର୍ଯ୍ୟାୟ ନଭେମ୍ବର ୭ ରେ ଅନୁଷ୍ଠିତ ହେବ।

ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ନଭେମ୍ବର ୧୦ ତାରିଖରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯିବ।

ପ୍ରଥମ ପର୍ଯ୍ୟାୟରେ ୧୬ଟି ଜିଲ୍ଲାର ୭୧ଟି ସିଟ୍, ଦ୍ୱିତୀୟ ପର୍ଯ୍ୟାୟରେ ୧୭ଟି ଜିଲ୍ଲାରେ ୯୪ଟି ସିଟ୍ ଏବଂ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାର ୭୮ଟି ଆସନରେ ଭୋଟର୍ ମାନେ ମତଦାନ କରିବେ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.