Latest Odisha News

BREAKING NEWS

ବିହାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ୧,୪୬୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ପାଟନା: ଆଜି ବିହାର ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ସକାଳ ୭ଟାରୁ ଭୋଟିଂ ସନ୍ଧ୍ୟା ୬ଟା ଯାଏ ଚାଲିବ । ୧୭ଟି ଜିଲ୍ଲାର ୯୪ ବିଧାନସଭା ଆସନରେ ମତଦାନ ହେଉଛି । ମୈଦାନରେ ଅଛନ୍ତି ୧ ହଜାର ୪୬୩ ପ୍ରାର୍ଥୀ । ମୋଟ୍ ୨ କୋଟି ୮୫ ଲକ୍ଷ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ ।

ଏହି ପର୍ଯ୍ୟାୟରେ ୧୮ ହଜାର ୮୨୩ ପୁଲିଂ ଷ୍ଟେସନ୍‌ରେ ୪୧ ହଜାର ୩୬୨ ବୁଥ କରାଯାଇଛି । ୯୪ଟି ବିଧାନସଭା ଆସନରୁ ଆରଜେଡି ୫୬, କଂଗ୍ରେସ ୨୪, ବିଜେପି ୪୬ ଓ ଜେଡିୟୁର ୪୩ ପ୍ରାର୍ଥୀ ଲଢୁଛନ୍ତି । ସେହିପରି ଆରଏଲଏସପି ୩୬ ଆସନରେ ପ୍ରତିଦ୍ୱନ୍ଦିତା କରୁଛି ।

ଚିରାଗ ପାଶଓ୍ଵାନଙ୍କ ଏଲଜେପି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଲଢ଼େଇ । ଦ୍ୱିତୀୟ ପର୍ଯ୍ୟାରେ ଏଲଜେପିର ୫୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ବିହାର ଜନତା ଜନାର୍ଦ୍ଦନ । କୁହାଯାଉଛି ଏହି ପର୍ଯ୍ୟାୟ ଲଢ଼େଇ ବେଶ ନିର୍ଣ୍ଣାୟକ ହେବ ।

Leave A Reply

Your email address will not be published.