Latest Odisha News

BREAKING NEWS

ବିହାରରେ କାହାର ପଲ୍ଲା ଭାରି ?

ପାଟନା: ବିହାର ନିର୍ବାଚନ କାଣ୍ଟେକା ଟକ୍କର ହେବ । କେହି ଛାତି ପିଟି କହିପାରିବେନି ଯେ ଆମେ ଜିତିବୁ । ଏଠାକାର ଭୋଟର ଦଳକୁ ମାନନ୍ତି ଆଉ ପ୍ରାର୍ଥୀଙ୍କୁ ବି ଗୁରୁତ୍ୱ ଦିଅନ୍ତି । ମାତ୍ର କେଇଖଣ୍ଡ ଭୋଟରେ ଖେଳ ଓଲଟିଯାଏ । ଅନେକ ସମୟରେ ଜିତୁଜିତୁ ହାରିବାର ସ୍ୱାଦ ମଧ୍ୟ ଚାଖିବାକୁ ପଡେ । ୨୦୨୦ ନିର୍ବାଚନ ଦେଖିଲେ ୨୦୨୫ ବି ସମାନ ସମ୍ଭାବନାକୁ ଏଡାଇ ହେବନି । କାରଣ ଏହା ହିଁ ବିହାରର ପାଟର୍ନ । ସମାନ୍ୟ ନଜର ହଟିଲେ ଏଠି ବିପର୍ଯ୍ୟ ଘଟିବ ।

ନୀତିଶ ତେଜସ୍ୱୀ ସରକାରର ପତନ ପରେ ନୀତିଶ-ବିଜେପି ସରକାରର ସଫଳତାର ସହ କାର୍ଯ୍ୟକାଳ ପୂରଣ କରିଛନ୍ତି । ପ୍ରତିଷ୍ଠା ଦୃଷ୍ଟିରୁ ନୀତିଶ ଆଗରେ ରହିଛନ୍ତି । କିନ୍ତୁ ଏଥରର ଗଣିତ ଟିକେ ଅଲଗା । ଜେଡିୟୁର ପଶ୍ଚାତଗତି ଏଥର କେଉଁ ମୋଡ ନେବ ତାହା କହିବା ମୁସ୍କିଲ । ଅଧିକ ପ୍ରତିଶତ ଭୋଟ ଆଦୌ ନିଶ୍ଚିତ କରିବ ନାହିଁ ଯେ ଶାସନ ଗାଦି ମିଳିବ । କାରଣ ଗତ ନିର୍ବାଚନରେ ସର୍ବାଧିକ ଭୋଟ ଓ ସର୍ବାଧିକ ଆସନ ପାଇ ମଧ୍ୟ ଆରଜେଡି ବିରୋଧୀ ଦଳରେ ବସିଥିଲା । ସେଥିପାଇଁ ୨୦ର ଗଣିତ ନିହାତି ଜାଣିବା ଦରକାର ।

୨୦୨୦ ନିର୍ବାଚନରେ ବିହାରରେ କାଣ୍ଟେକା ଟକ୍କର ଦେଖିବାକୁ ମିଳିଥିଲା । ମାତ୍ର ୨୮ ଆସନରେ କୌଣସି ପ୍ରାର୍ଥୀ ଆରାମରେ ଜିତିଥିଲେ । ଅନ୍ୟ ସ୍ଥାନ ଗୁଡିକରେ ରୋମାଞ୍ଚକର ଲଢେଇ ଦେଖିବାକୁ ମିଳିଥିଲା । ୨୮ ଆସନରେ ବିଜୟ ବ୍ୟବଧାନ ୫ ପ୍ରତିଶତରୁ କମ ଥିଲା । ଏହି ବର୍ଗରେ ଆରଜେଡି ୭ ଓ ବିଜେପି ୯ ଆସନରେ ଜିତିଥିଲେ ।

୫ ରୁ ୬ ପ୍ରତିଶତ ବ୍ୟବଧାନରେ ବିଜେପି ୬ ଆସନ ଜିତିଥିବା ବେଳେ ଆରଜେଡି ମାତ୍ର ୨ଟି ଆସନ ଜିତିଥିଲା । ୫ ରୁ ୧୦ ପ୍ରତିଶତ ଭୋଟ ବ୍ୟବଧାନରେ ୫୦ଟି ଆସନର ଫଳାଫଳ ନିର୍ଦ୍ଧାରିତ ହୋଇଥିଲା । ବିଜେପି ୨୨ ଆସନ ଜିତିଥିବା ବେଳେ ଆରଜେଡି ୧୮ ଆସନ ଜିତିଥିଲା । ସବୁଠାରୁ ରୋଚକ କଥା ହେଲା ୨ ପ୍ରତିଶତରୁ କମ ବ୍ୟବଧାନରେ ବି ୨୦ରୁ ଆସନର ଫଳାଫଳ ନିର୍ଦ୍ଧାରିତ ହୋଇଥିଲା । ତେଣୁ ଏଥିରୁ ସ୍ପଷ୍ଟ ଜଣାପଡୁଛି ଭୋଟଭଙ୍ଗାକୁ ଯିଏ ନିଜ ସପକ୍ଷକୁ ଆଣିବ ତାର ବିଜୟ ସମ୍ଭାବନା ବଢିବ । ବିହାରରେ ଚିରାଚରିତ ଜାତି, ଧର୍ମ ଆଧାରିତ ଭୋଟ ବିଭାଜନ ବି ହେବ । କିନ୍ତୁ ଏହା ଭୋଟଭଙ୍ଗା ରାଜନୀତି ଆଢୁଆଳରେ ହିଁ ହେବ ।

 

Comments are closed.