ପାଟନା: କେନ୍ଦ୍ର ମନ୍ତ୍ରୀ ପ୍ରେସ ମିଟରେ କାନ୍ଦିଲେ । ନିଜ ସାଥୀଙ୍କୁ ମନେ ପକାଇ ଭୋ ଭୋ କାନ୍ଦିଲେ । କାନ୍ଦୁ କାନ୍ଦୁ କଥା କହି ପାରିଲେନି । ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ସୋମବାର । କେନ୍ଦ୍ର ମନ୍ତ୍ରୀ ତଥା ବିହାର ବକ୍ସରର ସାଂସଦ ଅଶ୍ୱିନୀ ଚୌବେ ସୋମବାର ମିଡିଆ ସାମ୍ନାରେ କୃଷକଙ୍କ କଥା ଶୁଣି ଭୋ ଭୋ ହୋଇ କାନ୍ଦି ଉଠିଲେ । ଏବେ ଏହାର ଭିଡିଓ ଭାଇରାଲ ହୋଇଛି ।
ବକ୍ସରରେ ଚାଷୀଙ୍କୁ ସମର୍ଥନ କରି ଉପବାସ ରହି ଫେରିବା ପରେ ଚୌବେ ଆଜି ଏକ ପ୍ରେସ କନଫରେନ୍ସ କରିଥିଲେ । ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ, ବିଜେପି ନେତା ପର୍ଶୁରାମ ଚତୁର୍ବେଦୀଙ୍କ ମୃତ୍ୟୁରେ ମୁଁ ମର୍ମାହତ । କୃଷକଙ୍କ ସମସ୍ୟାକୁ ନେଇ ୪ ଦିନ ଧରି ସେ ମୋ ସହ ଭୋକ ଉପାସରେ ରହି ମୋତେ ସମର୍ଥନ କରିଥିଲେ । ତାଙ୍କର ମୃତ୍ୟୁ ହୋଇଯାଇଛି । ଏତିକି କହିବା ପରେ ଅଶ୍ୱିନୀ ଚୌବେ କାନ୍ଦି ଉଠିଥିଲେ ।
ଅଶ୍ୱିନୀ ଚୌବେ ବିହାରର କୃଷକଙ୍କ ଉପରେ ହୋଇଥିବା ଲାଠି ଚାର୍ଜକୁ ନେଇ ଆନ୍ଦୋଳନ ଚାଲିଛି । ଏହି ଆନ୍ଦୋଳନରେ ବିଜେପି ନେତା ପର୍ଶୁରାମ ଚତୁର୍ବେଦୀ ଗୁରତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ସେ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆନ୍ଦୋଳନରେ ସାମିଲ ହୋଇଥିଲେ । କେନ୍ଦ୍ର ମନ୍ତ୍ରୀଙ୍କ ପ୍ରତି ପ୍ରେସ କନଫରେନ୍ସରେ, ପ୍ରତି ରାଲି, ଆନ୍ଦୋଳନରେ ତାଙ୍କୁ ଦେଖିବାକୁ ମିଳିଥିଲା । ହେଲେ ସୋମବାର ହୃଦଘାତରେ ତାଙ୍କରେ ମୃତ୍ୟୁ ଘଟିଛି ।
ଅଶ୍ୱିନୀ ଆହୁରି କହିଥିଲେ, ଏକ ସଡକ ଦୁର୍ଘଟଣାରୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏକ ପୋଲିସ ଗାଡି ଓଲଟି ପଡ଼ିଲା ଏବଂ କିଛି ପୋଲିସ ଯବାନ ଆହତ ହୋଇପଡିଛନ୍ତି । ଏହା ପଛରେ ଷଡଯନ୍ତ୍ର ଥିବା ସେ କହିଛନ୍ତି । ସେ ଅଭିଯୋଗ ଆଣିଛନ୍ତି, ରାସ୍ତା ମଝିରେ ଗାତ ଖୋଳା ଯାଇ ରଖାଯାଇଥିଲା । ଭଗବାନଙ୍କ ଦୟାରୁ କୌଣସି ପ୍ରକାରେ ସେ ବର୍ତ୍ତି ଯାଇଥିବା ସେ କହିଛନ୍ତି । ତାଙ୍କ ସଂସଦୀୟ କ୍ଷେତ୍ର ବକ୍ସରରେ ଚାଷୀଙ୍କୁ ମାଡ ମରାଯିବା ଘଟଣାରେ ସେ ବହୁତ ଦୁଃଖିତ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ।
BREAKING NEWS
- ମୁଁ ଆପଣଙ୍କୁ ଛୁଇଁପାରିବି କି?’: ଅଭିଷେକ ଶର୍ମାଙ୍କୁ ଦେଖି ହୋସ୍ ହରାଇଲେ ସୁନ୍ଦରୀ ଫ୍ୟାନ୍
- ଅଗରକରଙ୍କ କାର୍ୟ୍ୟକାଳ ଶେଷ: ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଆନୁଷ୍ଠାନିକ ଭାବେ ଆବେଦନ ଆହ୍ୱାନ
- ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା, ଆହତ ହୋଇ ଦଳରୁ ବାହାରିଲେ ପ୍ରସିଦ୍ଧ କୃଷ୍ଣା
- ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- HALରେ ୨ୟ ‘ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍’ର ଉଦ୍ଘାଟନ କଲେ ରାଜନାଥ ସିଂହ
- ପାକିସ୍ତାନ ଗୁପ୍ତଚର ମାମଲାରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୩ ନୌସେନା କର୍ମଚାରୀଙ୍କ ସମେତ ୧୮ ଜଣ ସନ୍ଦିଗ୍ଧ ଓ ୨ ଗିରଫ
- କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସମ୍ବଲପୁରରେ ୪ ଅଣ୍ଡରପାସ୍ ସହ ଫ୍ଲାଇଓଭର ଦାବି
- ଦୁର୍ଗା ପୂଜା ପୂର୍ବରୁ କୁଖ୍ୟାତ ଅପରାଧୀ ଘର ଉପରେ ବୁଲିଲା ବୁଲ୍ଡୋଜର
- ରାହୁଲ ଗାନ୍ଧୀଙ୍କୁ ରିଲଞ୍ଚ କରିବା ପାଇଁ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବିରୋଧୀ, ଇଣ୍ଡିଆ ମେଣ୍ଟ ଉପରେ ବର୍ଷିଲେ ସମ୍ବିତ
- ପୀତବାସ ପଣ୍ଡା ହତ୍ୟା ମାମଲା: ସାକ୍ଷୀଙ୍କୁ ଧମକାଇବା ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

Comments are closed.