ପାଟନା: କେନ୍ଦ୍ର ମନ୍ତ୍ରୀ ପ୍ରେସ ମିଟରେ କାନ୍ଦିଲେ । ନିଜ ସାଥୀଙ୍କୁ ମନେ ପକାଇ ଭୋ ଭୋ କାନ୍ଦିଲେ । କାନ୍ଦୁ କାନ୍ଦୁ କଥା କହି ପାରିଲେନି । ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ସୋମବାର । କେନ୍ଦ୍ର ମନ୍ତ୍ରୀ ତଥା ବିହାର ବକ୍ସରର ସାଂସଦ ଅଶ୍ୱିନୀ ଚୌବେ ସୋମବାର ମିଡିଆ ସାମ୍ନାରେ କୃଷକଙ୍କ କଥା ଶୁଣି ଭୋ ଭୋ ହୋଇ କାନ୍ଦି ଉଠିଲେ । ଏବେ ଏହାର ଭିଡିଓ ଭାଇରାଲ ହୋଇଛି ।
ବକ୍ସରରେ ଚାଷୀଙ୍କୁ ସମର୍ଥନ କରି ଉପବାସ ରହି ଫେରିବା ପରେ ଚୌବେ ଆଜି ଏକ ପ୍ରେସ କନଫରେନ୍ସ କରିଥିଲେ । ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ, ବିଜେପି ନେତା ପର୍ଶୁରାମ ଚତୁର୍ବେଦୀଙ୍କ ମୃତ୍ୟୁରେ ମୁଁ ମର୍ମାହତ । କୃଷକଙ୍କ ସମସ୍ୟାକୁ ନେଇ ୪ ଦିନ ଧରି ସେ ମୋ ସହ ଭୋକ ଉପାସରେ ରହି ମୋତେ ସମର୍ଥନ କରିଥିଲେ । ତାଙ୍କର ମୃତ୍ୟୁ ହୋଇଯାଇଛି । ଏତିକି କହିବା ପରେ ଅଶ୍ୱିନୀ ଚୌବେ କାନ୍ଦି ଉଠିଥିଲେ ।
ଅଶ୍ୱିନୀ ଚୌବେ ବିହାରର କୃଷକଙ୍କ ଉପରେ ହୋଇଥିବା ଲାଠି ଚାର୍ଜକୁ ନେଇ ଆନ୍ଦୋଳନ ଚାଲିଛି । ଏହି ଆନ୍ଦୋଳନରେ ବିଜେପି ନେତା ପର୍ଶୁରାମ ଚତୁର୍ବେଦୀ ଗୁରତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ସେ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆନ୍ଦୋଳନରେ ସାମିଲ ହୋଇଥିଲେ । କେନ୍ଦ୍ର ମନ୍ତ୍ରୀଙ୍କ ପ୍ରତି ପ୍ରେସ କନଫରେନ୍ସରେ, ପ୍ରତି ରାଲି, ଆନ୍ଦୋଳନରେ ତାଙ୍କୁ ଦେଖିବାକୁ ମିଳିଥିଲା । ହେଲେ ସୋମବାର ହୃଦଘାତରେ ତାଙ୍କରେ ମୃତ୍ୟୁ ଘଟିଛି ।
ଅଶ୍ୱିନୀ ଆହୁରି କହିଥିଲେ, ଏକ ସଡକ ଦୁର୍ଘଟଣାରୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏକ ପୋଲିସ ଗାଡି ଓଲଟି ପଡ଼ିଲା ଏବଂ କିଛି ପୋଲିସ ଯବାନ ଆହତ ହୋଇପଡିଛନ୍ତି । ଏହା ପଛରେ ଷଡଯନ୍ତ୍ର ଥିବା ସେ କହିଛନ୍ତି । ସେ ଅଭିଯୋଗ ଆଣିଛନ୍ତି, ରାସ୍ତା ମଝିରେ ଗାତ ଖୋଳା ଯାଇ ରଖାଯାଇଥିଲା । ଭଗବାନଙ୍କ ଦୟାରୁ କୌଣସି ପ୍ରକାରେ ସେ ବର୍ତ୍ତି ଯାଇଥିବା ସେ କହିଛନ୍ତି । ତାଙ୍କ ସଂସଦୀୟ କ୍ଷେତ୍ର ବକ୍ସରରେ ଚାଷୀଙ୍କୁ ମାଡ ମରାଯିବା ଘଟଣାରେ ସେ ବହୁତ ଦୁଃଖିତ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ।
BREAKING NEWS
- ଦୁର୍ଗାପୂଜା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି; ୧,୨୪୩ଟି ପୂଜା ମଣ୍ଡପରେ…
- ଲସ୍ ଆଞ୍ଜେଲସରେ ହେବ ‘ରାମାୟଣ’ର ୱାର୍ଲ୍ଡ ପ୍ରିମିୟର
- ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କୁ ମୁମ୍ବାଇର ‘ଶିବତୀର୍ଥ’ ବାସଭବନରେ ଭେଟିଲେ ଅଭିନେତା ଆମିର ଖାଁ
- ରଣଜୀ ଟ୍ରଫି: ଓଡ଼ିଶାର ଭଲ ଆରମ୍ଭ ପରେ ମଜବୁତ ସ୍ଥିତିକୁ ଫେରିଲା କେରଳ, ସଚିନ୍ ବେବିଙ୍କ ଶତକ
- ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ କାରକୁ ଗୁଳିମାଡ଼
- ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ୍ରେ ୧୦୦ ବର୍ଷର ଐତିହାସିକ ରେକର୍ଡ
- ଶୀତଳା ମାତା ମନ୍ଦିର ଦୁର୍ଘଟଣା; ଡ୍ରାଇଭରଙ୍କୁ ଜଣାନଥିଲା ରାସ୍ତା, ଗୁଗୁଲ୍ ମ୍ୟାପ୍ ପାଇଁ…
- ପ୍ରାଚୀନ ମିଶରରେ ବିରାଡ଼ିଙ୍କୁ ମାରିଲେ ମିଳୁଥିଲା ମୃତ୍ୟୁଦଣ୍ଡ — ଜାଣନ୍ତୁ କାହିଁକି ରହିଥିଲା ଏଭଳି କଡ଼ା କାନୁନ୍?
- ବାଲିଯାତ୍ରା ପଡ଼ିଆ ନିକଟରୁ ନାବାଳକ ମୃତଦେହ ଉଦ୍ଧାର, ହତ୍ୟା ଷଡ଼ଯନ୍ତ୍ର…
- ଭାରତ ସିରିଜ୍ରୁ ୨୮୫ କୋଟି ଟଙ୍କା ରୋଜଗାର, କିନ୍ତୁ ୱେଷ୍ଟଇଣ୍ଡିଜ୍ ପାଇବ ଶୂନ

Comments are closed.