Latest Odisha News

BREAKING NEWS

ଆପଣ ବିଏ ପାସ କରିଛନ୍ତି କି? ଶୀଘ୍ର କରନ୍ତୁ ଆବେଦନ ସରକାର ଦେଉଛନ୍ତି ୫୦ ହଜାର ଟଙ୍କା

ପାଟନା: ଆପଣ ବିଏ ବା ସ୍ନାତକ ପାସ କରିଛନ୍ତି କି? ଯଦି ହଁ, ତେବେ ଡେରି କାହିଁକି କରୁଛନ୍ତି ? ତୁରନ୍ତ ଆବେଦନ କରନ୍ତୁ ଆଉ ସରକାରଙ୍କ ତରଫରୁ ୫୦ ହଜାର ଟଙ୍କା ପାଆନ୍ତୁ | ତେବେ ଓଡ଼ିଶାରେ ଏହି ଯୋଜନା କାର୍ଯ୍ୟକାରୀ ହୋଇନାହିଁ ବରଂ ବିହାର ସରକାର ଏଭଳି ଏକ ଯୋଜନା ବାବଦରେ ଘୋଷଣା କରିଛନ୍ତି | ଅବଶ୍ୟ ଟଙ୍କା ପାଇବାକୁ ହେଲେ କିଛି ସର୍ତ୍ତ ମଧ୍ୟ ପୂରଣ କରିବାକୁ ପଡିବ | ବାସ୍ତବରେ ବିହାର ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ କନ୍ୟା ଉତ୍ଥାନ ଯୋଜନା ଆରମ୍ଭ କରାଯାଇଛି |

ଏହି ଯୋଜନା ଅଧୀନରେ ସ୍ନାତକ ପାସ୍ ଛାତ୍ରୀମାନଙ୍କୁ ପ୍ରୋତ୍ସାହନ କରିବାକୁ ୫୦ ହଜାର ଟଙ୍କା ସହାୟତା ମିଳିବ | ଏହାର ଅନଲାଇନ୍ ଆବେଦନ ଦାଖଲ କରିବାର ଶେଷ ତାରିଖ ୨୮ ଫେବୃୟାରୀ ପର୍ଯ୍ୟନ୍ତ ଥିବାବେଳେ ଛାତ୍ରୀମାନଙ୍କ ଉନ୍ନତି ତଥା ଉଚ୍ଚଶିକ୍ଷା ପାଇଁ ଏହି ଅର୍ଥରାଶି ଦିଆଯାଉଛି | ଯେଉଁ ଛାତ୍ରୀମାନଙ୍କର ପରୀକ୍ଷା ଫଳାଫଳ ଏପ୍ରିଲ ୧, ୨୦୨୧ ପରେ ପ୍ରକାଶିତ ହୋଇଛି, ସେମାନେ ହିଁ ଏହି ଯୋଜନା ପାଇଁ ଆବେଦନ କରିପାରିବେ | ତେବେ ଏହି ଯୋଜନାରେ ଅର୍ଥରାଶି ପାଇବାକୁ ହେଲେ ଏସବୁ ସର୍ତ୍ତ ପୂରଣ କରୁଥିବାର ଆବଶ୍ୟକ ରହିଛି |

୧.ଛାତ୍ରୀ ଜଣକ ବିହାରର ସ୍ଥାୟୀ ବାସିନ୍ଦା ହୋଇଥିବେ |
୨.ରାଜ୍ୟରେ ଥିବା ସ୍ୱୀକୃତିପ୍ରାପ୍ତ କଲେଜରୁ ସ୍ନାତକ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ |
୩. ଆବେଦନ ପରେ ବିଶ୍ୱବିଦ୍ୟାଳୟ ଦ୍ୱାରା ଅପଲୋଡ୍ ହୋଇଥିବା ପରୀକ୍ଷା ଫଳାଫଳକୁ ଯାଞ୍ଚ କରିବା ପରେ ଏହି ରାଶି ଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦିଆଯିବ |
୪. ଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟ କୌଣସି ଜାତୀୟକରଣ ବ୍ୟାଙ୍କ, ସ୍ୱୀକୃତିପ୍ରାପ୍ତ ଘରୋଇ ବ୍ୟାଙ୍କ କିମ୍ବା ଇଣ୍ଡିଆନ୍ ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କରେ ଥିବା ଆବଶ୍ୟକ |

Leave A Reply

Your email address will not be published.