Latest Odisha News

BREAKING NEWS

ବିହାରରେ ପ୍ରବଳ ବର୍ଷା ସହ ବଜ୍ରପାତ; ୬ ଜିଲ୍ଲାରୁ ୯ ଜଣଙ୍କ ମୃତ୍ୟୁ

ପାଟନା: ଗତ ୨୪ ଘଣ୍ଟା ମଧ୍ୟରେ ବିହାରର ୬ଟି ଜିଲ୍ଲାରେ ବଜ୍ରପାତରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଜିଲ୍ଲା ମଧ୍ୟରେ ଜେହାନାବାଦ, ମାଧେପୁର, ପୂର୍ବ ଚମ୍ପରନ୍, ରୋହତସ୍, ସରାନ୍ ଏବଂ ସୁପାଲ୍ ଜିଲ୍ଲା ରହିଥିବା ନେଇ ଅଧିକାରୀମାନେ ଶନିବାର ଦିନ ପ୍ରକାଶ କରିଛନ୍ତି।

ବଜ୍ରପାତରେ ନଅ ଜଣଙ୍କ ମୃତ୍ୟୁକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦୁଃଖ ପ୍ରକାଶ କରିଛନ୍ତି। ଏଥିସହିତ ମୃତ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।

ଶନିବାର ଦିନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ଦ୍ବାରା ଜାରି ଏକ ବିବୃତ୍ତି ଅନୁଯାୟୀ, ଜେହାନାବାଦ ଜିଲ୍ଲାରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମାଧେପୁରରେ ଦୁଇଜଣ, ପୂର୍ବ ଚମ୍ପରନ୍, ରୋହତସ୍, ସରନ୍ ଏବଂ ସୁପାଲରେ ଗୋଟିଏ ଲେଖାଏଁ ମୃତ୍ୟୁ ଘଟିଛି। ତେବେ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦ‌େଶକୁ ମାନିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର।

Comments are closed.