Latest Odisha News

BREAKING NEWS

ବିହାର ନିର୍ବାଚନ: ପ୍ରଚାର ଷ୍ଟ୍ରାଇକ ସଫଳ ରେଟରେ ରାହୁଲଙ୍କ ତୁଳନାରେ ମୋଦି ଆଗରେ

ପାଟନା: ବିହାର ନିର୍ବାଚନ ଫଳାଫଳ ଏବେ ମଧ୍ୟ ସ୍ପଷ୍ଟ ହୋଇ ନାହିଁ । ଏନଡିଏ ୧୨୩ ଓ ମହାଗଠବନ୍ଧନ ୧୧୨ ସିଟରେ ଆଗରେ ରହିଛନ୍ତି । ତେବେ ବିହାର ନିର୍ବାଚନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚାର ଷ୍ଟ୍ରାଇକ ସଫଳ ରେଟରେ ଏନଡିଏକୁ ଫାଇଦାରେ ରଖିଛି । ତାଙ୍କ ତୁଳନାରେ କଂଗ୍ରେସର ରାହୁଲ ଗାନ୍ଧୀ ଏଥିରେ ପଛରେ ପଡି ଯାଇଛନ୍ତି ।

ମୋଦି ୧୨ ର‌୍ୟାଲିରେ ୧୦୯ ସିଟ କଭର କରିଥିଲେ । ଏଥିରେ ଏନଡିଏ ୬୩ ସିଟରେ ଅଗ୍ରଣୀ ରହିଛି । ଅପରପକ୍ଷରେ ରାହୁଲ ୮ ର‌୍ୟାଲୀରେ ୪୯ ସିଟ କଭର କରିଥିଲେ । ଏଥିମଧ୍ୟରୁ କେବଳ ୧୪ ସିଟରେ ମହାଗଠବନ୍ଧନ ଆଗରେ ରହିଛି । ଷ୍ଟ୍ରାଇକ ରେଟରେ ମୋଦିଙ୍କ ବିଜୟ ହାର ୫୮ ପ୍ରତିଶତ ଥିବା ବେଳେ ରାହୁଲଙ୍କ ୨୮.୫୭ ହାର ରହିଛି ।

Leave A Reply

Your email address will not be published.