Latest Odisha News

BREAKING NEWS

‘Bed Performance’ ଲେଖି କାଟିଲେ ଦରମା, ସମାଲୋଚିତ ହେଲା ଶିକ୍ଷା ବିଭାଗ

ଜମୁଇ: ସବୁବେଳେ ଚର୍ଚ୍ଚାରେ ଥିବା ବିହାର ଶିକ୍ଷା ବିଭାଗ ଏବେ ପୁଣି ଥରେ ଚର୍ଚ୍ଚାରେ ଆସିଛି । ଏଠି ଶିକ୍ଷକଙ୍କର ‘Bad Performance’ ପାଇଁ ନୁହେଁ ବରଂ ‘Bed Performance’ ପାଇଁ ଦରମା କଟାଯାଇଛି । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଠି ଶିକ୍ଷକ ତାଙ୍କର ଖରାପ ପ୍ରଦର୍ଶନ ପାଇଁ ନୁହେଁ ବରଂ ଖରାପ ପ୍ରଦର୍ଶନ ଲେଖିବା ବଦଳରେ ଏହାର ସ୍ପେଲିଙ୍ଗ ଭୁଲ୍ କରି ହଟହଟା ହୋଇଛନ୍ତି ।

ଏଭଳି କିଛି ଘଟଣା ଘଟିଛି ବିହାରର ଜମୁଇ ଜିଲ୍ଲାର ଶିକ୍ଷା କାର୍ଯ୍ୟାଳୟରେ । ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ଚିଠିରେ ‘Bad Performance’ ବଦଳରେ ‘Bed Performance’ ବାରମ୍ବାର ଲେଖାଯାଇଛି । ଯେଉଁ କାରଣରୁ ପୂରା ଶିକ୍ଷା ବିଭାଗକୁ ସମାଲୋଚିତ ହେବାକୁ ପଡିଛି ।

ଶିକ୍ଷା ବିଭାଗର ଅଧିକାରୀମାନେ ଗତ ସପ୍ତାହରେ ଅନେକ ବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିଲେ । ଏହି ସମୟରେ ଅନୁପସ୍ଥିତ ଶିକ୍ଷକ ଓ ଶିକ୍ଷକଙ୍କ ସନ୍ତୋଷଜନକ ପ୍ରଦର୍ଶନ ଉପରେ ଏକ ରିପୋର୍ଟ ଦେଇଥିଲେ । ଯାଞ୍ଚ ପରେ ଜାମୁଇରେ ଥିବା ଜିଲ୍ଲା ଶିକ୍ଷା ଅଧିକାରୀ ୧୬ ଜଣ ଶିକ୍ଷକଙ୍କ ବିରୋଧରେ ଦଣ୍ଡବିଧାନ କାର୍ଯ୍ୟାନୁଷ୍ଠାନ ବିଷୟରେ ଏକ ଚିଠି ଜାରି କରିଥିଲେ । ଯେଉଁଥିରେ ‘BAD Performance’ ବଦଳରେ ‘BED Performance’ ଲେଖାଯାଇଛି । ଆଉ ‘BED Performance’ ପାଇଁ ଶିକ୍ଷକଙ୍କ ଦରମା କଟାଯାଉଛି ବୋଲି ଲେଖାଥିଲା । ସୁବଠାରୁ ବଡ଼ କଥା ହେଲା, ଏଭଳି ଭୁଲ ଥରେ ନୁହେଁ ସେହି ଗୋଟିଏ ଚିଠିରେ ୧୪ ଥର ରିପିଟ୍ ହୋଇଛି । ଯାହା ଶିକ୍ଷା ବିଭାଗର କାର୍ଯ୍ୟ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି ।

Comments are closed.