Latest Odisha News

BREAKING NEWS

କମୁଛି ସଂକ୍ରମଣ, ଆଉ କିଛି ଦିନ ଭିତରେ ପୂର୍ବ ସ୍ଥିତି ଫେରି ଆସିବ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ରାଜ୍ୟରେ କରୋନ ଜନୀତ ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଦିନକୁ ଦିନ ସଂକ୍ରମଣ ହାର କମୁଛି ।ଆଉ କିଛି ଦିନ ଭିତରେ ଆମେ ପୂର୍ବ ସ୍ଥିତିକୁ ଫେରିପାଇବା ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ସମସ୍ତେ ସଚେତନ ରହନ୍ତୁ । ସଂକ୍ରମଣ ଚେନକୁ ଭାଙ୍ଗିବାକୁ ହେଲେ ଭିଡ ଜାଗାକୁ ଯିବାନାହିଁ । କି ଅଯଥାରେ କୌଣସି ଗହଳି କରିବା ନାହିିଁ ।

ଧିରେ ଧିରେ କଟକଣା କୋହଳ ହେବା ଦରକାର ସରସ୍ୱତୀ ପୂଜାକା ଅନୁମତି ଅଛି । ପରେ ସ୍କୁଲ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେବା ଆମକୁ ସତର୍କ ହେବାକୁ ପଡିବ ।ଯାହାଦ୍ୱାରା ସଂକ୍ରମଣ କମିବ । ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।ସମସ୍ତଙ୍କୁ ସତର୍କ ରହିବାକୁ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

Comments are closed.