ଭୁବନେଶ୍ୱର: ଆଗାମୀ ଅକ୍ଟୋବର ୨୧ ତାରିଖରେ ବିଜେପୁର ଉପ-ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଗୁରୁବାର ଦିନ ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ପ୍ରଚାର ଲାଗି ଷ୍ଟାର୍ କ୍ୟାମ୍ପେନର୍ ତାଲିକା ଘୋଷିତ ହୋଇଛି ।
ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ନିର୍ବାଚନ ପ୍ରଚାର ଲାଗି ତାଲିକାରେ ୨୪ ଜଣ ଷ୍ଟାର୍ କ୍ୟାମ୍ପେନରଙ୍କ ନାମ ରହିଛି । ଏହି ତାରକାମାନେ ହେଲେ ଜଗତ ପ୍ରସାଦ ନଡ୍ଡା, ଅରୁଣ ସିଂହ, ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଜୁବିନ ଇରାନୀ, ପ୍ରତାପ ଷଡ଼ଙ୍ଗୀ, ଗିରିଧର ଗମାଙ୍ଗ, ଜୁଏଲ ଓରାମ, ବୈଜୟନ୍ତ ପଣ୍ଡା, ସୁରେଶ ପୂଜାରୀ, ସମ୍ବିତ ପାତ୍ର, ମନୋଜ ତିୱାରୀ, ବସନ୍ତ ପଣ୍ଡା, ବିଜୟ ମହାପାତ୍ର, ପ୍ରଦୀପ ନାୟକ, କେ ଭି ସିଂହଦେଓ, ସଙ୍ଗିତା ସିଂହଦେଓ, ଅପରାଜିତା ଷଡ଼ଙ୍ଗୀ, ନିତିଶ ଗଙ୍ଗଦେବ, ଜୟନାରାୟଣ ମିଶ୍ର ଏବଂ ପ୍ରଦୀପ ପୁରୋହିତ ।
ସେହିପରି ଭାବେ କଂଗ୍ରେସ ଦଳ ପକ୍ଷରୁ ୪୦ ଜଣ ଷ୍ଟାର୍ କ୍ୟାମ୍ପେନରଙ୍କ ନାମ ଆଜି ଘୋଷିତ ହୋଇଛି । ଏହି ଷ୍ଟାର୍ କ୍ୟାମ୍ପେନରମାନେ ହେଲେ ଯଥାକ୍ରମେ – ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ମନମୋହନ ସିଂହ, ପ୍ରିୟଙ୍କା ଗାନ୍ଧୀ, ଜିତେନ୍ଦର ସିଂହ, ଟି ଏସ ସିଂହ ଦେଓ, ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର, ଭୁପେଶ ବାଘେଲ, ରାମଚନ୍ଦ୍ର ଖୁଣ୍ଟିଆ, ଆନନ୍ଦ ଶର୍ମା, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଚିରଞ୍ଜିବୀ ବିଶ୍ୱାଳ, ପ୍ରଦୀପ ମାଝୀ, ରଞ୍ଜୀବ ବିଶ୍ୱାଳ, ଭକ୍ତ ଚରଣ ଦାସ, ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ସନ୍ତୋଷ ସିଂହ ସାଲୁଜା, ତାରା ପ୍ରସାଦ ବାହିନୀପତି, ସୁରେଶ ରାଉତରାଏ, ରମେଶ ଜେନା, ମହମ୍ମଦ ମୋକିମ, ଦାଶରଥି ଗମାଙ୍ଗ, ଅଧିରାଜ ମୋହନ ପାଣିଗ୍ରାହୀ, ସିଏସ ରଞ୍ଜନ ଏକ୍କା, ସପ୍ତଗିରି ଉଲ୍ଲାକା, ବିଜୟଲକ୍ଷ୍ମୀ ସାହୁ, ସସ୍ମିତା ବେହେରା, ବନ୍ଦିତା ପରିଡ଼ା, ଜଜେ୍ଞଶ୍ୱର ବାବୁ, ଜ୍ଞାନଦେବ ବେହୁରା ଏବଂ ହମିଦ୍ ହୁସେନ ।
Comments are closed.