Latest Odisha News

କୋଲକାତାରୁ ଆସୁଛି ବିଜୁ ବାବୁଙ୍କ ଡାକୋଟା ବିମାନ

ଭୁବନେଶ୍ୱର: କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ ‘ଡାକୋଟା’ (ଡିସି-୩) ଓଡ଼ିଶାକୁ ଆସିବ। ଏହି ବିମାନର ପରିବହନ ପାଇଁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏକ ବଡ ଟ୍ରକରେ ଏହି ବିମାନଟିକୁ ଅଣାଯିବ ବୋଲି ସୂଚନା ରହିଛି।

ଓଡ଼ିଶା ସରକାରଙ୍କ ଅତିରିକ୍ତ ସଚିବ ଦେବଦତ୍ତ ସୁରଜିତା ଜେନା ଏକ ଚିଠିରେ ପଶ୍ଚିମବଙ୍ଗ ପୋଲିସ ସହିତ ପଶ୍ଚିମବଙ୍ଗ ସୀମା ଏବଂ ସେଠାରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଯାଏ ବିମାନକୁ ସୁରକ୍ଷିତ ପରିବହନ ପାଇଁ ପଶ୍ଚିମବଙ୍ଗ ପୋଲିସ ସହିତ ସମନ୍ୱୟ ରକ୍ଷା କରିବାକୁ କହିଛନ୍ତି।

ଭାଙ୍ଗି ଯାଇଥିବା ଏହି ବିମାନ ସଡ଼କ ପଥରେ ଓଡିଶାରେ ପହଞ୍ଚିବ । ଜାନୁଆରୀ ୧୨ ତାରିଖରୁ ବିମାନଟି ଏକ ବଡ ଟ୍ରକରେ ଆସିବ ବୋଲି ସୂଚନା ରହିଛି। ଏଥିପାଇଁ ପଶ୍ଚିମବଙ୍ଗ ପୁଲିସ ଜାନୁଆରୀ ୧୨ ତାରିଖରେ ଏନଏସସିବିଆଇ ବିମାନବନ୍ଦର ପ୍ରସ୍ଥାନ ଦ୍ୱାରରୁ ରାଜ୍ୟ ସୀମା ଯାଏ ଏସ୍କର୍ଟ ଯୋଗାଇବ। ଆଉ ସେଠାରୁ ଓଡ଼ିଶା ପୁଲିସ ବିଜୁ ପଟ୍ଟନାୟକ ବିମାନବନ୍ଦର ଯାଏ ଆଣିବ।

ବିଜୁ ପଟ୍ଟନାୟକଙ୍କ ଐତିହାସିକ ଡାକୋଟା ବିମାନ ଆସନ୍ତା ୧୬ ତାରିଖରେ ଭୁବନେଶ୍ୱର ଆସିବ। ଡାକୋଟା ବିମାନକୁ ଭୁବନେଶ୍ୱର ବିମାନବନ୍ଦର ସମ୍ମୁଖରେ ଅବସ୍ଥାପିତ କରାଯିବ।

Comments are closed.