Latest Odisha News

BREAKING NEWS

ଭୁବନେଶ୍ୱରରେ ରଣବୀର ସିଂହ, ଦିଶା ପଟାନି ଓ ପ୍ରୀତମ

ଭୁବନେଶ୍ୱର: ବଲିଉଡ ଅଭିନେତା ରଣବୀର ସିଂହ ଓ ଅଭିନେତ୍ରୀ ଦିଶା ପଟାନି ଏବଂ ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ ଚକ୍ରବର୍ତ୍ତୀ ସଂଧ୍ୟାରେ ଭୁବନେଶ୍ୱର ପହଁଚିଛନ୍ତି। ମଙ୍ଗଳବାର ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି।

2023 ପୁରୁଷ ଏଫ୍ଆଇଏଚ୍ ହକି ବିଶ୍ୱକପ୍ର ପୂର୍ବ ନିର୍ଦ୍ଧାରିତ ଉଦଘାଟନୀ ଉତ୍ସବ ପାଇଁ ବି-ଟାଉନର ସେଲିବ୍ରିଟିମାନେ ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ରଣବୀର, ଦିଶା ଓ ପ୍ରୀତମ ମୁଖ୍ୟମନ୍ତ୍ରୀଙ୍କ ସହ ଫଟୋ ଉଠାଉଥିବା ବେଳେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଟିମ୍ ଇଣ୍ଡିଆର ଜର୍ସି ପ୍ରଦାନ କରିଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଟାନିଙ୍କୁ ଏକ ଶାଢ଼ୀ ମଧ୍ୟ ଉପହାର ଦେଇଥିଲେ। ଏହି ସମୟରେ 5ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ।

 

 

Leave A Reply

Your email address will not be published.