ଭୁବନେଶ୍ଵର: ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ପାଇଁ ମାର୍ଗଦର୍ଶିକା ଜାରି କଲେ ରାଜ୍ୟ ସରକାର । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜାରି ହେଲା ମାର୍ଗଦର୍ଶିକା । ଏହି ଯୋଜନାରେ ଗ୍ରାମୀଣ ଭିତ୍ତିଭୂମି ବିକାଶମୂଳକ ପ୍ରକଳ୍ପ କରାଯିବ । ବ୍ଲକସ୍ତରରେ ବାର୍ଷିକ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଯୋଜନା କରାଯିବ । ଏନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ଗାଇଡଲାଇନ ପଠାଇଛି ବିଭାଗ । ଗାଇଡଲାଇନରେ ଗ୍ରାମସଭା ଜରିଆରେ ପ୍ରକଳ୍ପ ତାଲିକା କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଫେବୃଆରୀ ୧୪ ଭିତରେ ତାଲିକା ଫାଇନାଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟ କ୍ୟାବିନେଟ୍ରେ ବିକଶିତ ଗାଁ, ବିକଶିତ ଓଡ଼ିଶା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଗାଁର ବିକାଶ ହେଲେ ଦେଶର ବିକାଶ ହୋଇପାରିବ । ଏଥିପାଇଁ ନୂଆ ସରକାରର ପ୍ରଥମ ବଜେଟ୍ରେ ୧ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା । ଏହି ଯୋଜନା ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ଏବଂ ଏହାର ଅବଧି ସରକାରଙ୍କ ଦ୍ୱାରା ବୃଦ୍ଧି କରାଯାଇପାରେ । ଏହି ଯୋଜନା ପାଇଁ ୫ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ଗ୍ରାମୀଣ ଓଡିଶାର ଜୀବନଧାରଣ ମାନ ବୃଦ୍ଧି ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗ୍ରାମୀଣ ଭିତ୍ତିଭୂମିର ବିକାଶ ହେଉଛି ଏକ ଗୁରୁତ୍ଵପୁର୍ଣ୍ଣ ଉପାଦାନ । ଗ୍ରାମାଞ୍ଚଳର ଭିତ୍ତିଭୂମି ତଥା ରାଜ୍ୟର ସାମଗ୍ରିକ ବିକାଶର ଗତିକୁ ତ୍ଵରାନ୍ଵିତ କରିବା ପାଇଁ ରାଜ୍ୟ ସରକାର ବିକଶିତ ଗାଁ, ବିକଶିତ ଓଡ଼ିଶା ନାମକ ଏକ ଯୋଜନା ଆରମ୍ଭ କରିଛନ୍ତି । ଦୀର୍ଘସ୍ଥାୟୀ ତଥା ବହୁମୁଖୀ ବିକାଶ ମୂଳକ ପ୍ରକଳ୍ପମାନ କାର୍ଯ୍ୟକାରୀ କରି ଗ୍ରାମୀଣ ଓଡିଶାର ତ୍ଵରିତ ଅଭିବୃଦ୍ଧି ପାଇଁ ଆବଶ୍ୟକ ଥିବା ଭିତ୍ତିଭୂମିର ବିକାଶ କରିବା ହେଉଛି ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ । ବିଭିନ୍ନ ପ୍ରକାରର ଗ୍ରାମୀଣ ଭିତ୍ତିଭୂମିର ବିକାଶକୁ ଆଗେଇ ନେଇ ଏକ ବିକଶିତ ଉଡିଶା ଗଠନର ଲକ୍ଷ୍ୟ ପୁରଣ ଦିଗରେ ଏହା ଏକ ପଥପ୍ରଦର୍ଶକ ଭାବେ କାର୍ଯ୍ୟ କରିବ ।
ବିକଶିତ ଗାଁ ବିକଶିତ ଓଡ଼ିଶା ରାଜ୍ୟ ର ଅର୍ଥାନ୍ୟତିକ,ସାମାଜିକ ତଥା ସାଂସ୍କୃତିକ ଅଭିବୃତ୍ତିରେ ଗ୍ରାମାଞ୍ଚଳର ଭୂମିକାକୁ ଗୁରୁତ୍ଵ ପ୍ରଦାନ କରେ। ଏହି ଯୋଜନା ମୁଖ୍ୟତଃ କୃଷି ଏବଂ ଅନୁସଙ୍ଗିତ କାର୍ଯ୍ୟରେ ନିୟୋଜିତ ଥିବା ଗ୍ରାମୀଣ ଜନସାଧାରଣଙ୍କୁ ଓଡ଼ିଶା ଅର୍ଥନ୍ୟତିକର ମେରୁଦଣ୍ଡ ବୋଲି ବିବେଚିତ କରେ। ଗୋଟିଏ ରାଜ୍ୟର ଅର୍ଥନୈତିକ ବିକାଶ ଓ ସାମାଜିକ ଏକିକରଣ ନିମନ୍ତେ ଗ୍ରାମାଞ୍ଚଳ ଯୋଜାଯୋଗ ବ୍ୟବସ୍ଥା ର ବିକାଶ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ
Comments are closed.