Latest Odisha News

BREAKING NEWS

ସଲମାନଙ୍କ ଘରେ ଗୁଳିମାଡ ଘଟଣା, ସାମ୍ନାକୁ ଆସିଲା ଅଭିଯୁକ୍ତର ଚେହେରା

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଗୁଳିମାଡ଼ ଘଟଣା । ଘଟଣାର ସିସିଟିଭି ଫୁଟେଜ ଆସିବା ପରେ ମହାରାଷ୍ଟ୍ର ପୋଲିସ ଏନେଇ ଏକ ମାମଲା ରୁଜୁ କରିଥିଲା । ମୁମ୍ବାଇ କ୍ରାଇମ ବ୍ରାଞ୍ଚ ବର୍ତ୍ତମାନ ଏହି ଘଟଣାର ତଦନ୍ତ କରିବ । ଗତକାଲି କ୍ରାଇମବ୍ରାଞ୍ଚ ସାଣ୍ଟା କ୍ରୁଜର ଭାକୋଲା ଅଞ୍ଚଳରୁ ୩ ଜଣଙ୍କୁ ଅଟକ ରଖିଥିଲା । ସଲମାନଙ୍କ ଘର ବାହାରେ ଥିବା ସିସିଟିଭି କ୍ୟାମେରାରେ ଗୁଳି ବିନିମୟର ସମ୍ପୂର୍ଣ୍ଣ ଘଟଣା କଏଦ ହୋଇଛି। ଏହି ଘଟଣା ପରେ ଉଭୟ ଅଭିଯୁକ୍ତଙ୍କ ଫଟୋ ମଧ୍ୟ ସାମ୍ନାକୁ ଆସିଛି।

ସୂଚନା ଅନୁସାରେ, ଗତକାଲି ସକାଳ ୫ ଟାରେ ବାନ୍ଦ୍ରାସ୍ଥିତ ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ସମ୍ମୁଖରେ ଗୁଳି ବିନିମୟ ହୋଇଥିଲା। ଦୁଇଜଣ ଲୋକ ବାଇକରେ ଆସି ସଲମାନଙ୍କ ଘର ଉପରେ ୪ ରାଉଣ୍ଡ ଗୁଳି ଚଳାଇଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି । ଏପରିକି ଗୁଳି ଚଳାଇଥିଲେ ଦୃର୍ବୃତ୍ତଙ୍କ ଫଟୋ ମଧ୍ୟ ସାମ୍ନାକୁ ଆସିଛି । କୁହାଯାଉଛି ଯେ, ଯେତେବେଳେ ଗୁଳିଚାଳନା କରାଯାଇଥିଲା ସେତେବେଳେ ସଲମାନ ତାଙ୍କ ଘରେ ଥିଲେ । ଏହି ଘଟଣା ପରେ ମହାରାଷ୍ଟ୍ରର ସିଏମ ଏକନାଥ ସିନ୍ଧେ ସଲମାନ ଖାନଙ୍କ ସହ ଫୋନରେ କଥା ହୋଇଥିଲେ । ସଲମାନଙ୍କ ସୁରକ୍ଷା ବୃଦ୍ଧି କରିବାକୁ ସିନ୍ଧେ ମୁମ୍ବାଇ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାର ତଦନ୍ତ ବେଳେ ସଲମାନଙ୍କ ଘରେ ଦୁଇଟି ଗୁଳି ଚିହ୍ନ ଦେଖିବାକୁ ମିଳିଥିଲା। ଗୋଟିଏ ବାହ୍ୟ କାନ୍ଥରେ ଏବଂ ଅନ୍ୟଟି ବାଲକୋନି କାନ୍ଥରେ ଦେଖିବାକୁ ମିଳିଥିଲା ​​।

ଏହି ଘଟଣା ଲାଗି ଲରେନ୍ସ ବିଷ୍ଣୋଇର ଭାଇ ନିଜକୁ ଦାୟୀ କରିଥିବା ଜଣାପଡ଼ିଛି । ଗତ ନଭେମ୍ବର ମାସରେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିବା ଖବର ସାମ୍ନାକୁ ଆସିଥିଲା । ଏହାପରେ ଆକ୍ସନ ମୋଡକୁ ଆସିଥିଲା ମୁମ୍ବାଇ ପୋଲିସ । ଭାଇଜାନଙ୍କୁ ମୁମ୍ବାଇ ପୋଲିସ ତରଫରୁ Y ପ୍ଲସ ସୁରକ୍ଷା ପ୍ରଦାନ କରାଯାଇଥିଲା । ଲରେନ୍ସ ଏକ ଫେସବୁକ ପୋଷ୍ଟରେ ପରୋକ୍ଷରେ ସଲମାନଙ୍କୁ ହତ୍ୟା ଧମକ ଦେଇଥିଲା । ବାରମ୍ବାର ସଲମାନ ଖାନଙ୍କୁ ହତ୍ୟା ଧମକ ମିଳୁଥିବାରୁ ୨୦୨୩ ଏପ୍ରିଲ ମାସରେ ସେ ଏକ ଦାମୀ ବୁଲେଟ୍-ପ୍ରୁଫ୍ କାର୍ କିଣିଥିଲେ ।

Leave A Reply

Your email address will not be published.