Latest Odisha News

BREAKING NEWS

MLAs Car Accident: ବାଇକ୍‌ ସହ ପିଟିହେଲା ବିଧାୟକଙ୍କ ଗାଡ଼ି, ଦୁଇ ଗୁରୁତର

ମୟୂରଭଞ୍ଜ: ଭାରସାମ୍ୟ ହରାଇ ଏକ ଗଛରେ ବାଡେଇ ହେଲା ସାରସକଣା ବିଧାୟକଙ୍କ ଗାଡ଼ି । ବାଇକ ଆରୋହୀଙ୍କୁ ବାଡେଇଲା ବିଧାୟକଙ୍କ ଗାଡି । ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି । ଏହି ଦର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା–ବାରିପଦା ରାଜ୍ୟ ରାଜପଥର ବାସିପିଠା ତେରମାଇଲ ଛକରେ ।

ଟାଙ୍ଗଣା ଗାଁର ସୁକୁରୁ ସିଂ ଏବଂ ସନ୍ୟାସୀ ସିଂ ଖୁଣ୍ଟା ବଜାରରୁ ସଉଦା କିଣି ଘରକୁ ଫେରୁଥିବା ବେଳେ ସାରସକଣା ବିଧାୟକଙ୍କ ଗାଡି ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଦୁଇ ବାଇକ୍‌ ଆରୋହୀଙ୍କୁ ତୁରନ୍ତ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ଗାଡ଼ିରେ ଥିବା ବିଧାୟକ ଏବଂ ତାଙ୍କ ଡ୍ରାଇଭର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ସୂଚନା ମିଳିଛି । ବାଇକ୍‌ ଆରୋହୀ ‘ରଙ୍ଗ ରୁଟ୍‌’ରେ ଆସିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି ବିଧାୟକ କହିଛନ୍ତି ।

ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ଦେଖାଯାଇଛି । ଲୋକେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ସାଧାରଣ ଯାତାୟତ ବାଧାପ୍ରାପ୍ତ ହୋଇଛି । ଜଣେ ଲୋକପ୍ରିନିଧିଙ୍କ ଗାଡ଼ି କାହିଁକି ଶୃଙ୍ଖଳିତ ହୋଇ ଚଳାଚଳ କରୁନାହିଁ ବୋଲି ଲୋକେ ପ୍ରଶ୍ନ କରିଛନ୍ତି ।

Comments are closed.