Latest Odisha News

ବାଇକ ଧକ୍କାରେ ପ୍ରାଣ ହରାଇଲେ କର୍ତ୍ତବ୍ୟରତ ପୋଲିସ ଅଧିକାରୀ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ବାରିପଦା ଥାନା ଅଞ୍ଚଳରେ ଘଟିଛି ଏକ ଅଘଟଣ । ଯାନବାହନ ଯାଞ୍ଚ କରୁଥିବା ସମୟରେ ଏକ ମୋଟର ସାଇକେଲ ଧକ୍କାରେ ପ୍ରାଣ ହରାଇଛନ୍ତି ବାରିପଦା ଟାଉନଥାନା ସବ- ଇନ୍ସପେକ୍ଟର ଦୟାନିଧି ଦାସ ।

ମିଳିଥିବା ସୂଚନା ଅନୁସାରେ, ସୋମବାର ସନ୍ଧ୍ୟାରେ ବାରିପଦା ସହରର ତକତପୁର ଠାରେ ଅନ୍ୟ କର୍ମଚାରୀଙ୍କ ସହ ଦୟାନିଧି ମଧ୍ୟ ଗାଡି ଚେକିଂ କରୁଥିଲେ । ତେବେ ହଠାତ ଏକ ବାଇକ ଦ୍ରୁତ ଗତିରେ ଆସି ସବ- ଇନ୍ସପେକ୍ଟରଙ୍କ ସହ ପିଟି ହୋଇଥିଲା । ଫଳରେ ଦୟାନିଧି ଗୁରୁତର ଭାବେ ଆହତ ହୋଇଥିଲେ ।

ସଙ୍ଗରେ ଥିବା ଅନ୍ୟ ପୋଲିସ କର୍ମଚାରୀମାନେ ଦୟାନିଧିଙ୍କୁ ନିକଟସ୍ଥ ବାରିପଦା ପିଆରଏମ୍ ମେଡିକାଲରେ ଭର୍ତ୍ତି କରାଇଥିଲେ । ମାତ୍ର କିଛି ସମୟପରେ ମେଡିକାଲରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।

ତେବେ ଏପରି ଏକ ଦୁଃଖଦ ଘଟଣାରେ ଡାକ୍ତରଖାନରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଅଞ୍ଚଳବାସୀଙ୍କ ସମେତ ଏସପିଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ପୋଲିସ ଅଫିସର ଦୟାନିଧିଙ୍କ ଶେଷ ଦର୍ଶନ ପାଇଁ ସେଠାରେ ଉପସ୍ଥିତ ଥିଲେ ।

ଦୁର୍ଘଟଣା ଘଟାଇଥିବା ବାଇକ ଚାଳକ ଦ୍ୱୟ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ, ତାଙ୍କୁ ପୋଲିସ ଥାନାରେ ଅଟକ ରଖିଛି।

Leave A Reply

Your email address will not be published.