Latest Odisha News

BREAKING NEWS

ବାରିପଦାରେ ଟ୍ରେନରୁ ଖସି ଯୁବତୀ ଗୁରୁତର ଆହତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରସ୍ଥିତ ଭଞ୍ଜପୁର ରେଳଷ୍ଟେସନରେ ଜଣେ ଯୁବତୀ ଟ୍ରେନରୁ ଖସି ପଡ଼ିଛନ୍ତି । ଏହି ଦୁର୍ଘଟଣାରେ ସେ ଗୁରୁତର ଭାବେ ଆହତ ହେବା ପରେ ତାଙ୍କୁ ଚିକିତ୍ସା ନିମନ୍ତେ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନାନୁଯାୟୀ, ମଙ୍ଗଳବାର ଦିନ ବେତନଟୀ ଅଞ୍ଚଳର ଅନିତା ସାହୁ ନାମକ ଯୁବତୀ ଜଣକ ବାରିପଦା ବୁଲିବାକୁ ଆସିଥିଲେ । ଏହାପରେ ସେ ତାଙ୍କ ଘର ବେତନଟୀ କୁ ଯିବାପାଇଁ ବାରିପଦା-ବାଲେଶ୍ବର ଡି.ଏମ.ଇଉ ଟ୍ରେନରେ ଯାଇଥିଲେ।କୋଣସି କାରଣ ବଶତଃ ସେ ଟ୍ରେନରୁ ଖସି ପଡ଼ିଥିଲେ ।

ଏହାଫଳରେ ତାଙ୍କ ଗୋଡ ଉପରେ ଟ୍ରେନ ଚଢି ଯାଇଥିଲା । ତାଙ୍କୁ କ୍ଷତ ବିକ୍ଷତ ଅଵସ୍ଥାରେ ପି.ଆର. ଏମ ମେଡିକାଲ ରେ ଏଡ଼ମିଶସନ କରାଯାଇଛି।ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲୁ ରହିଛି।

Leave A Reply

Your email address will not be published.