ଝାରସୁଗୁଡ଼ା: ଆଜି ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅନ୍ତର୍ଗତ ସା ପଡ଼ା ଛକଠାରେ ଏକ ଟ୍ରଲର ବାଇକ୍କୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ଖବରପାଇ ବଡ଼ମାଲ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଆଜି ସମ୍ବଲପୁର ଜିଲା ମାନେଶ୍ୱର ଗ୍ରାମର ମାନରଞ୍ଜନ ଜେନା ଓ ତାଙ୍କ ସ୍ତ୍ରୀ ଏକ ବାଇକ୍ରେ ଝାରସୁଗୁଡ଼ା କୁଦାବଗାରୁ ନିଜ ଗ୍ରାମକୁ ଯାଉଥିଲେ । ସାପଡ଼ା ଛକରେ ଏକ ଟ୍ରଲର ତାଙ୍କ ବାଇକ୍ ପଛକୁ ଧକ୍କା ଦେଇଥିଲା । ଫଳରେ ବାଇକ୍ ପଛରେ ବସିଥିବା ମାନରଞ୍ଜନଙ୍କ ସ୍ତ୍ରୀ ଛିଟିକ୍ ପଡ଼ିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ମାନରଞ୍ଜନ ଗୁୁରୁତର ଆହତ ହୋଇଛନ୍ତି । ପୋଲିସ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମାନରଞ୍ଜନଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ।
BREAKING NEWS
- US Military Budget: ୧.୫ ଟ୍ରିଲିୟନ ଡଲାର ପ୍ରତିରକ୍ଷା ବଜେଟ୍ ପ୍ରସ୍ତାବ ଆଗତ କଲେ ଟ୍ରମ୍ପ
- Odisha Cold Wave: ଜାଡ଼ରେ ଥରହର ସାରା ଓଡ଼ିଶା, ଶୂନ ଡିଗ୍ରୀକୁ ଖସିଲା ଶିମିଳିପାଳ ପାରଦ
- Encroachments: ଏମ୍ସ ରାସ୍ତାରୁ ହଟିଲା ୨୪୭ରୁ ଉର୍ଦ୍ଧ୍ୱ ବେଆଇନ ଜବର ଦଖଲ: ରୋଗୀ, ଆମ୍ବୁଲାନ୍ସ ଯିବା ଲାଗି ବାଟ ସଫା
- Weather Update: ଏହି ତିନି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ ରହିବାକୁ ପରାମର୍ଶ
- Turkman Gate Violence: ତୁର୍କମାନ ଗେଟ୍ ହିଂସା ମାମଲାରେ ବଡ ଖୁଲାସା;ରାଜନୈତିକ ସମ୍ପର୍କ ଏବଂ ବାହାର ପଥର ଫିଙ୍ଗାଳିଙ୍କ ସମ୍ପୃକ୍ତି…
- ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଭିତରେ ଅଣହିନ୍ଦୁ ପ୍ରବେଶ;ତାଙ୍କୁ ନେଇଥିବା ବ୍ୟକ୍ତି ଅଟକ…
- କେଳୁଚରଣ କୀର୍ତ୍ତି ଶତକମ୍ :ଉନ୍ମୋଚନ ହେବ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ୱେବସାଇଟ
- ‘Atal Van’ at Lok Bhavan: ଲୋକଭବନରେ ‘ଅଟଳ ବନ’କୁ ଉଦଘାଟନ କଲେ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ
- ହୋଟେଲ ଭିତରେ କରୁଥିଲେ କାମ,ପଶି ଆସିଲା ଟ୍ରାକ୍ଟର;ଚାଲିଗଲା ୨ଜଣଙ୍କ ଜୀବନ
- ଆକଳନଠାରୁ କମ୍ ବିଡିଂ ମେମୋର ପୁନଃବିଚାର ପାଇଁ ଦାବି
Comments are closed.