Latest Odisha News

BREAKING NEWS

ସାଂସଦ ଜୁଏଲ ଓରାମଙ୍କ କାର୍ ଧକ୍କାରେ ଯୁବକ ମୃତ

କାମାକ୍ଷାନଗର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ କାର୍ ଧକ୍କାରେ ଯୁବକ ମୃତ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପୁରୁଣା ରେକୁଳା ନିକଟରେ ଏହି ଦୁର୍ଘଟଣା ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ କମଗରାପ।ଟଣା ଗାଁର ସର୍ବେଶ୍ବର ଚୌଧୁରୀ ।

ଖବର ମୁତାବକ, ସାଂସଦ ଜୁଏଲ ଓରାମ ଆଜି ଅପରାହ୍ନରେ ଭୁବନେଶ୍ବରରୁ ରାଉରକେଲା ଅଭିମୁଖେ ଯାଉଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥୁବା ସର୍ବେଶ୍ବର ଚୌଧୁରୀ ଙ୍କ ବାଇକ ସହ ସାଂସଦଙ୍କ କାର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ସର୍ବେଶ୍ବର ଚୌଧୁରୀ ଗୁରୁତର ହୋଇଛନ୍ତି ।

ଏହି ଦୁର୍ଘଟଣା ପରେ ଗୁରୁତର ସର୍ବେଶ୍ବରଙ୍କୁ ନିଜେ ସାଂସଦ ଉଦ୍ଧାର କରି କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ । କିନ୍ତୁ ସେଠାରେ ଡାକ୍ତର ସର୍ବେଶ୍ବରଙ୍କୁ ମୃତ ଘୋଷଣା କରିଛନ୍ତି । ତାଙ୍କ ଗାଡି ଆଗକୁ ହଠାତ୍ ବାଇକ ଆସିଯିବାରୁ ଦୁର୍ଘଟଣା ଘଟିଥିବା କହିଛନ୍ତି ସାଂସଦ ଜୁଏଲ ଓରାମ ।

ତେବେ ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଥିଲା । ଖବରପାଇ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣାଧୀନକୁ ଆଣି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.