Latest Odisha News

BREAKING NEWS

ଚୋର ଭାବି ଫାଇନାନ୍ସ କମ୍ପାନୀ ଏଜେଣ୍ଟଙ୍କୁ ନିର୍ଦ୍ଧୁମ ଛେଚିଲେ

ପାରାଦୀପ: ପିଆଇସିଟି ସାମ୍ନାରେ ଛିଡା ହୋଇଥିଲା ମୋଟର ସାଇକେଲ । ତିନିଜଣ ଅଚିହ୍ନା ଲୋକ ଆସିଲେ । ଗାଡି ଉଠାଇ ନେବାକୁ ବସିଥିଲେ। ସେଠାରେ ଥିବା ଶ୍ରମିକଙ୍କ ଆଖିରେ ପଡିଗଲା । ଚୋର ବୋଲି ଭାବି ନିର୍ଦ୍ଧୁମ ଛେଚିଲେ । ପରେ ବୁଝିଲା ବେଳକୁ ସେମାନେ କୁଆଡେ ଚୋର ନୁହେଁ ଫାଇନାନ୍ସ କମ୍ପାନୀର ରିକଭରି ଏଜେଣ୍ଟ । ଏହାକୁ ନେଇ ପାରାଦ୍ଵୀପ ବନ୍ଦରର ପିଆଇସିଟି ବର୍ଥ ୫ ନମ୍ବର ଗେଟ ନିକଟରେ ଉତ୍ତେଜନା ଦେଖାଦେଇଛି।

ଘଟଣାଟି ଥିଲା ଏହିପରି.. ନୟାଗଡ଼ ଜିଲ୍ଲାର ଅନାଦି ନାୟକ ହିରୋ ଫାଇନାନ୍ସ ରୁ ଏକ ବାଇକ୍ ଆଣିଥିଲେ। ସମସ୍ତ କିସ୍ତି ମଧ୍ୟ ଠିକ୍ ଠାକ୍ ଦେଇଥିଲେ, ମାତ୍ର ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କ ଭୁଲ୍ ଯୋଗୁଁ ୩୦ ଟି କିସ୍ତି ବଦଳରେ ୩୬ ଟି କିସ୍ତି ହୋଇଯାଇଥିଲା। ଏହାକୁ ନେଇ ଅନାଦି ମ୍ୟାନେଜର ସହିତ କଥା ହେବା ପରେ ସବୁ ବିବାଦ ତୁଟିଥିଲା। ମାତ୍ର ଆଜି ଅନାଦି ନିଜ ବାଇକ୍ କୁ ରଖି ଡିୟୁଟି କୁ ଯାଇଥିବା ବେଳେ ତିନିଜଣ ଯୁବକ ତାଙ୍କ ବାଇକ୍ କୁ ନେବା ପାଇଁ ପ୍ରୟାସ କରୁଥିବା ଅନ୍ୟ ଶ୍ରମିକ ଦେଖିଥିଲେ। ଫଳରେ ବାଇକ୍ ଚୋର ଭାବି ଉକ୍ତ ତିନି ଯୁବକଙ୍କୁ ନିର୍ଦ୍ଧୁମ ଛେଚିଥିଲେ।  ପିଆଇସିଟିର ସିକ୍ୟୁରୀଟି ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ସହିତ ଅଟକ ରଖି ପାରାଦ୍ଵୀପ ଆଦର୍ଶ ଥାନାକୁ ଖବର ଦେଇଛନ୍ତି।

ଏହି ସ୍ଥାନରୁ ବିଭିନ୍ନ ସମୟରେ ବାଇକ୍ ଚୋରି ହେଉଥିବା ଅଭିଯୋଗ ହେଉଥିବା ବେଳେ ଆଜି ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କୁ ଚୋର ଭାବି ନେଇଥିଲେ ଶ୍ରମିକମାନେ। ଅନ୍ୟପକ୍ଷେ ଅନାଦି କହିଛନ୍ତି, ମୋର ସମସ୍ତ କିସ୍ତି ଠିକ୍ ଅଛି  । ଲାଷ୍ଟ କିସ୍ତି ୩୪୬୯ ବଦଳରେ ୨୦୬୦ ଟଙ୍କା କରାଯାଇଥିଲା । ଯାହାକୁ ନେଇ ମୁଁ କମ୍ପାନୀ ସହିତ କଥା ହୋଇଛି  । ସେମାନେ ଏ ପର୍ଯ୍ୟନ୍ତ କୌଣସି ରିପୋର୍ଟ ଦେଇନାହାନ୍ତି। କିନ୍ତୁ ଏମାନେ ଏଜେଣ୍ଟ କି ଚୋର  ଚିହ୍ନିନାହି ବୋଲି କହିଛନ୍ତି ଅନାଦି ।

Leave A Reply

Your email address will not be published.